‘ଆଇଏନଏସ ବିକ୍ରାନ୍ତ’ର ଶକ୍ତି ଓ ସାମର୍ଥ୍ୟ ଜାଣନ୍ତୁ
କେରଳ : ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ I ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳ ରେ ନିର୍ମିତ ବିମାନ ପରିବହନକାରୀ INS Vikrant ନୌସେନା ରେ ହେଲା ସାମିଲ I କେରଳର କୋଚି ‘କୋଚିନ୍ ସିପ୍ୟାର୍ଡ ଲିମିଟେଡ୍’ରେ ପ୍ରଧାନମନ୍ତ୍ରୀ ମୋଦି INS ବିକ୍ରାନ୍ତକୁ ଦେଶ ପାଇଁ ଜଳାବତରଣ କରିଛନ୍ତି I ୧୯୭୧ରେ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଅନୁସାରେ ଏହି ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ନାମିତ କରାଯାଇଛି । ଆଇଏନଏସ ବିକ୍ରାନ୍ତ ଦୁଇଟି […]
କେରଳ : ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ I ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳ ରେ ନିର୍ମିତ ବିମାନ ପରିବହନକାରୀ INS Vikrant ନୌସେନା ରେ ହେଲା ସାମିଲ I କେରଳର କୋଚି ‘କୋଚିନ୍ ସିପ୍ୟାର୍ଡ ଲିମିଟେଡ୍’ରେ ପ୍ରଧାନମନ୍ତ୍ରୀ ମୋଦି INS ବିକ୍ରାନ୍ତକୁ ଦେଶ ପାଇଁ ଜଳାବତରଣ କରିଛନ୍ତି I
୧୯୭୧ରେ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଅନୁସାରେ ଏହି ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ନାମିତ କରାଯାଇଛି । ଆଇଏନଏସ ବିକ୍ରାନ୍ତ ଦୁଇଟି ଫୁଟବଲ ଫିଲ୍ଡ ଭଳି ବଡ । ଏହି ବିମାନ ପରିବହନକାରୀ ନିର୍ମାଣ ପାଇଁ ୨୦ ,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାରେ ଘଣ୍ଟାପ୍ରତି ବେଗ ୫୨ କିମି । ଏହାର ଲମ୍ବ ହେଉଛି ୨୬୨ ମିଟର । ୧୮ ମହଲା ଉଚ୍ଚା । ଚଉଡା ପାଖାପାଖି ୬୨ ମିଟର ହେଇଥିବାବେଳେ ଏହାର ଉଚ୍ଚତା ହେଉଛି ୫୦ ମିଟର । ୨୪ ହଜାର କିଲୋୱାଟର ପାୱାର । ଏ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅର ଦେଖିବାକୁ ଯେମିତି, ତା କାମ ବି ଠିକ୍ ସେହିଭଳି । ଆଇଏନଏସ୍ ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ।
ସମୁଦ୍ରରେ ଶତ୍ରୁକୁ ନାଶ କରିବାର ଶକ୍ତି ରଖୁଥିବା ଏ ଯୁଦ୍ଧପୋତକୁ, ଦେଖିଲେ ଶତ୍ରୁ ଥରହର ହେବେ । ୪ ହଜାର ଟନର ଏହI ସମୁଦ୍ରର ଶତ୍ରୁନାଶକ । ଦୀର୍ଘ ୧ ବର୍ଷ ଧରି ସମୁଦ୍ର ମଧ୍ୟରେ ଏହା ଟ୍ରାଏଲ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି।
ପ୍ରାଥମିକ ଅବସ୍ଥାରେ ମିଗ୍ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ। ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ। ଆଇଏନଏସ୍ ବିକ୍ରାନ୍ତ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି । ଏଥିରେ ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ । ଏହି ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍ ଦୂରତା ଅତିକ୍ରମ କରିପାରିବ । ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି । ଜାହାଜରେ ଏମିତି ଏକ ମେସିନ ଲାଗିଛି, ଯେଉଁଥିରେ ଥରକେ ୩ ହଜାର ରୁଟି ବାହାରିବ। ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି।




