ଭିଡି ସତୀଶନ ହେବେ କେରଳ ମୁଖ୍ୟମନ୍ତ୍ରୀ

ଭିଡି ସତୀଶନ ହେବେ କେରଳ ମୁଖ୍ୟମନ୍ତ୍ରୀ
Samaya Live Desk Picture
Published On

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରାୟ ୧୦ ଦିନର କଳ୍ପନାଜଳ୍ପନା ଓ ଆଭ୍ୟନ୍ତରୀଣ ଆଲୋଚନାର ଅନ୍ତ ଘଟାଇ କଂଗ୍ରେସ ଗୁରୁବାର ଭିଡି ସତୀଶନ୍‌ଙ୍କୁ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। କଂଗ୍ରେସ ନେତୃତ୍ବାଧୀନ ୟୁଟିଏଫ୍‌କୁ କେରଳରେ  କ୍ଷମତାକୁ ଆଣିବାପାଇଁ ସତୀଶନ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କେରଳରେ କଂଗ୍ରେସର ବିଜୟ ପୂର୍ବରୁ ସେ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ ଆଜି ସନ୍ଧ୍ୟାରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରିବ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଏକ ‌ବୈଠକ ହୋଇଥିଲା। ଏହି ବୈଠକରେ ହିଁ ମୁଖ୍ୟମନ୍ତ୍ରୀ କିଏ ହେବେ  ସ୍ଥିର ହୋଇଥିଲା।  କେରଳ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭିଡି ସତୀଶନଙ୍କ ସହ ‌କେସି ବେଣୁଗୋପାଳ ଏବଂ ରମେଶ ଚେନ୍ନିଥଲା ମଧ୍ୟ ଥିଲେ। 

Tags: