କର୍ଣ୍ଣାଟକ ହିଜାବ ବିବାଦ ମାମଲା: ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ଜାରି ହେଲା ୧୪୪ ଧାରା
ବେଙ୍ଗାଲୁରୁ: ଫେବୃଆରୀ ୦୯: ଦିନକୁ ଦିନ କର୍ଣ୍ଣାଟକରେ ହିଜାବ ବିବାଦ ବୃଦ୍ଧି ପାଇବାରେ ଲାଗୁଛି । ଏହାକୁ ନେଇ ବହୁ ବରିଷ୍ଠ ରାଜନେତା ନିଜ ମନ୍ତବ୍ୟ ରଖିଛନ୍ତି । ଆଜି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉକ୍ତ ବିବାଦ ଉପରେ କହିଛନ୍ତି ଯେ, ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି । ଏହି ବିବାଦ ଉପରେ ନିକଟରେ ପ୍ରିୟଙ୍କା ଗାନ୍ଧି ଏବଂ ଅସଦ୍ଦିନ ଆୱାଇସିସ୍ ନିଜ ପ୍ରତିକ୍ରିୟା ରଖି ବେଶ୍ ଚର୍ଚ୍ଚିତ ହୋଇଛନ୍ତି । […]
ବେଙ୍ଗାଲୁରୁ: ଫେବୃଆରୀ ୦୯: ଦିନକୁ ଦିନ କର୍ଣ୍ଣାଟକରେ ହିଜାବ ବିବାଦ ବୃଦ୍ଧି ପାଇବାରେ ଲାଗୁଛି । ଏହାକୁ ନେଇ ବହୁ ବରିଷ୍ଠ ରାଜନେତା ନିଜ ମନ୍ତବ୍ୟ ରଖିଛନ୍ତି । ଆଜି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉକ୍ତ ବିବାଦ ଉପରେ କହିଛନ୍ତି ଯେ, ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି । ଏହି ବିବାଦ ଉପରେ ନିକଟରେ ପ୍ରିୟଙ୍କା ଗାନ୍ଧି ଏବଂ ଅସଦ୍ଦିନ ଆୱାଇସିସ୍ ନିଜ ପ୍ରତିକ୍ରିୟା ରଖି ବେଶ୍ ଚର୍ଚ୍ଚିତ ହୋଇଛନ୍ତି ।
ବିବାଦ ଉଗ୍ର ରୂପ ନେବା ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ନିକଟରେ ୧୪୪ ଧାରା ଜାରି କରିଛନ୍ତି । ଏହାସହିତ ଆଗାମୀ ଦୁଇ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ୨୦୦ ମିଟର ପରିସରରେ କୌଣସି ପ୍ରକାର ରାଲି ଓ ପଦର୍ଶନୀକୁ ବାରଣ କରିଛନ୍ତି ।

ଏହା ବ୍ୟତିତ କର୍ଣ୍ଣାଟକ ସରକାର ରାଜ୍ୟରେ ‘କର୍ଣ୍ଣାଟକ ଏଜୁକେସନ ଆକ୍ଟ-୧୯୮୩’ର ୧୩୩ ଧାରା ଜାରି କରିଛନ୍ତି । ଏହି ଧାରା ଅନ୍ତର୍ଗତେ ବିଦ୍ୟାଳୟ ଓ ବିଦ୍ୟାଳୟରେ ଗଣପୋଷାକ ବା ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି ।
ଅନ୍ୟପକ୍ଷରେ, ସୋସିଆଲ୍ ମିଡିଆରେ ମଧ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହିଜାବ ପିନ୍ଧିଥିବା ଜଣେ ଯୁବତୀଙ୍କୁ କିଛି ଯୁବକ ଘେରିଯାଇ ତାଙ୍କ ସାମ୍ନାରେ ଜୟ ଶ୍ରୀରାମ ନାରା ଦେଉଛନ୍ତି ।
ଏହି ହିଜାବ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହେବା ପରେ, ପାକିସ୍ତାନରେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଖାଯାଇଛି । ପାକିସ୍ତାନର ଅନେକ ନେତା ଏହି ଘଟଣାକୁ ନେଇ ଟୁଇଟ୍ କରିବା ସହିତ ଭାରତ ସରକାରଙ୍କୁ ନିନ୍ଦା କରିଛନ୍ତି । ଖାଲି ସେତିକି ନୁହେଁ ନୋବେଲ ପୁରସ୍କାର ବିଜୟୀ ମାନବାଧିକାର କାର୍ଯ୍ୟକର୍ତ୍ତା ମଲାଲା ୟୁସୁଫ ମଧ୍ୟ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତିି ।
“College is forcing us to choose between studies and the hijab”.
Refusing to let girls go to school in their hijabs is horrifying. Objectification of women persists — for wearing less or more. Indian leaders must stop the marginalisation of Muslim women. https://t.co/UGfuLWAR8I
— Malala (@Malala) February 8, 2022
ସୂଚନା ଥାଉଯେ, ଉଡୁପିଠାରେ ଥିବା ଏକ ସରକାରୀ ବିଦ୍ୟାଳୟରେ ବାରଣ ସତ୍ତେ୍ୱ ୬ ଜଣ ଛାତ୍ରୀ ହିଜାବ ପିନ୍ଧି ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ବିବାଦ ଉପୁଜିଥିଲା । ପ୍ରଶାସନ ଏହାକୁ ବିରୋଧ କରିଥିଲେ । ଧୀରେ ଧୀରେ ଏହି ବିବାଦ ସମସ୍ତ ବିଦ୍ୟାଳୟ ଓ କଲେଜରେ ବ୍ୟାପିଥିଲା ।




