କର୍ଣ୍ଣାଟକର ହିଜାବ ବିବାଦ: ଆଜି ତିନି ଜଣିଆ ଖଣ୍ଡପୀଠ ଶୁଣାଣି

ବେଙ୍ଗାଲୁରୁ: ଫେବୃଆରୀ ୧୦: ଦୁଇ ଦିନ ହେବ କର୍ଣ୍ଣାଟକରେ ହିଜାବକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଯାଉଛି । ଗତକାଲି ହାଇକୋର୍ଟ ବେଙ୍ଗାଲୁରୁର ସମସ୍ତ ସ୍କୁଲ ଓ କଲେଜର ୨୦୦ ମିଟର ପରିସରରେ ୧୪୪ ଧାରା ଜାରି କରିଥିଲେ ମଧ୍ୟ କେତେକ କଲେଜ ନିକଟରେ ହିଂସାକାଣ୍ଡ ଘଟିଛି । ଏହି ପରିସ୍ଥିତିକୁ ଦେଖି ହାଇକୋର୍ଟର ମୁଖ୍ୟ ବିଚାରପତି ରିତୁ ରାଜ ଅୱସ୍ତିଙ୍କ ଆଦେଶ କ୍ରମେ ସିଜେକେ, ଜଷ୍ଟିସ୍‌ କ୍ରିଷ୍ଣା ଏସ୍‌ ଦିକ୍ଷୀତ ଏବଂ ଜଷ୍ଟିସ୍‌ ଖାଜି ଜାଇବୁନିସା […]

Samaya Live Picture
Published On

ବେଙ୍ଗାଲୁରୁ: ଫେବୃଆରୀ ୧୦: ଦୁଇ ଦିନ ହେବ କର୍ଣ୍ଣାଟକରେ ହିଜାବକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଯାଉଛି । ଗତକାଲି ହାଇକୋର୍ଟ ବେଙ୍ଗାଲୁରୁର ସମସ୍ତ ସ୍କୁଲ ଓ କଲେଜର ୨୦୦ ମିଟର ପରିସରରେ ୧୪୪ ଧାରା ଜାରି କରିଥିଲେ ମଧ୍ୟ କେତେକ କଲେଜ ନିକଟରେ ହିଂସାକାଣ୍ଡ ଘଟିଛି । ଏହି ପରିସ୍ଥିତିକୁ ଦେଖି ହାଇକୋର୍ଟର ମୁଖ୍ୟ ବିଚାରପତି ରିତୁ ରାଜ ଅୱସ୍ତିଙ୍କ ଆଦେଶ କ୍ରମେ ସିଜେକେ, ଜଷ୍ଟିସ୍‌ କ୍ରିଷ୍ଣା ଏସ୍‌ ଦିକ୍ଷୀତ ଏବଂ ଜଷ୍ଟିସ୍‌ ଖାଜି ଜାଇବୁନିସା ମୋହୈଦ୍ଦିନଙ୍କୁ ନେଇ ତିନି ଜଣିଆ ଖଣ୍ଡପୀଠ ଗଠନ ହୋଇଛି । ସେମାନେ ଏହି ବିବାଦ ଉପରେ ଆଜି ଶୁଶାଣି କରିବେ । ସେପର୍ଯ୍ୟନ୍ତ ହାଇକୋର୍ଟ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ, ଶିବମୋଗା ଜିଲ୍ଲାରେ କର୍ଫୁ୍ୟ ଆଦେଶ ସତ୍ତେ୍ୱ ବୁଧବାର ଏନ୍‌ଏସ୍‌ୟୁଆଇ ସଦସ୍ୟମାନେ ବିଭିନ୍ନ ଡିଗ୍ରି କଲେଜ ଓ ପିଜି ରିସର୍ଚ୍ଚ ସେଣ୍ଟରରେ ପ୍ରବେଶ କରିଥିଲେ । ସେମାନେ ଗେରୁଆ ପତାକା ତଳକୁ ଖସାଇ ତ୍ରିରଙ୍ଗା ଉଡ଼ାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ପତାକା ନେଇଯିବାସହିତ ବିକ୍ଷୋଭକରୀଙ୍କୁ ସେଠାରୁ ହଟାଇଥିଲ ।
କର୍ଣ୍ଣାଟକର ହିଜାବ ବିବାଦ: ଆଜି ତିନି ଜଣିଆ ଖଣ୍ଡପୀଠ ଶୁଣାଣି

ସେହି ହିଂସାକାଣ୍ଡରେ ସଂପୃକ୍ତ ଥିବା ୧୫ ଜଣଙ୍କୁ ପୋଲିସ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇଥିଲା । ସେହିପରି ରାଜ୍ୟର ପ୍ରାୟ ୭ଟି କଲେଜରେ ହିଂସାତ୍ମକ ଉତ୍ତେଜନା ସୃଷ୍ଟି ହୋଇଥିଲା ।