ଶିଖ୍‌ ସମାଜକୁ ଖଲିସ୍ତାନ କହିବା ଅଭିଯୋଗରେ କଙ୍ଗନାଙ୍କୁ ସମନ

ମୁମ୍ବାଇ: ନଭେମ୍ବର ୨୫: ଶିଖ୍‌ ସମାଜକୁ ଖଲିସ୍ତାନୀୟ କହିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟି ପକ୍ଷରୁ ସମନ ମିଳିଛି । ଏଥିସହିତ ଆପ୍‌ ବିଧାୟକ ରାଘବ ଚଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ କମିଟି କଙ୍ଗନାଙ୍କୁ ଡିସେମ୍ବର ୬ ତାରିଖ ୧୨ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ କଙ୍ଗନା ଆନ୍ଦୋଳନ କରୁଥିବା […]

Samaya Live Picture
Published On

ମୁମ୍ବାଇ: ନଭେମ୍ବର ୨୫: ଶିଖ୍‌ ସମାଜକୁ ଖଲିସ୍ତାନୀୟ କହିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟି ପକ୍ଷରୁ ସମନ ମିଳିଛି । ଏଥିସହିତ ଆପ୍‌ ବିଧାୟକ ରାଘବ ଚଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ କମିଟି କଙ୍ଗନାଙ୍କୁ ଡିସେମ୍ବର ୬ ତାରିଖ ୧୨ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ କଙ୍ଗନା ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଖଲିସ୍ତାନୀ ଆନ୍ଦୋଳନ ସହିତ ତୁଳନା କରିଥିଲେ । ଯାହା ପରେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ଏଫଆଇଆର୍‌ ଦାୟର ହୋଇଥିଲା । ଏପରି ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ଦିଲ୍ଲୀ ଶିଖ ଗୁରୁଦ୍ୱାରର ପ୍ରବନ୍ଧକ ସମିତି ସାଇବର ଥାନାରେ ଅଭିଯୋଗ କରିଥିଲେ । ସମିତିର ଅଭିଯୋଗ ଅନୁସାରେ , ସୋସିଆଲ ମିଡିଆରେ କଙ୍ଗନା ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଖଲିସ୍ତାନୀ ଆନ୍ଦୋଳନ ସହିତ ତୁଳନା କରିଛନ୍ତି । ଯେଉଁଥିପାଇଁ ତାଙ୍କ ବିରୋଧରେ ଏହି ସମନ ଜାରି କରାଯାଇଛି ।

ସୂଚନା ଥାଉଯେ, କଙ୍ଗନା ନିଜର ପୋଷ୍ଟରେ ଲେଖିଥିଲେ, ଖାଲିସ୍ତାନୀ ଆତଙ୍କବାଦୀ ହୁଏତ ଆଜି ସରକାରଙ୍କ ହାତ ମୋଡି ଦେଉଛନ୍ତି, କି;ୁ ସେହି ମହିଳା (ଇନ୍ଦିରା ଗାନ୍ଧୀ)ଙ୍କୁ ଭୁଲିବା ଉଚିତ୍‌ ନୁହେଁ, ଯିଏ ଦିନେ ତାଙ୍କୁ ଜୋତା ତଳେ ଚକଟି ଦେଇଥିଲେ । ଆଉ ଦେଶକୁ ଭାଙ୍ଗିବାକୁ ଦେଇନଥିଲେ । ତାଙ୍କର ମୃତୁ୍ୟର ବହୁ ବର୍ଷ ପରେ ବି ତାଙ୍କ ନାମ ଶୁଣିଲେ କମ୍ପନ ସୃଷ୍ଟି ହୁଏ । ତାଙ୍କୁ ଠିକ୍‌ ସେମିତି ଗୁରୁ ଦରକାର ।

ଖାଲି ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ତିନି କୃଷି ଆଇନ ପ୍ରତ୍ୟାହାର ନେଇ କଙ୍ଗନା ରାଗି ଥିଲେ । ସେ ଏହାକୁ ଦୁଃଖଦ, ଲଜ୍ଜାଜନକ ଓ ଭୁଲ ବୋଲି କହିଥିଲେ । ଯଦି ସଂସଦରେ ବସୁଥିବା ସରକାରଙ୍କ ବଦଳରେ ରାସ୍ତାରେ ବହୁଥିବା ଲୋକେ ଆଇନ ପ୍ରଣୟନ କରିବା ଆରମ୍ଭ କରନ୍ତି ତେବେ ଏହା ମଧ୍ୟ ଏକ ଜିହାଦୀ ଦେଶ ବୋଲି କହିଥିଲେ । କଙ୍ଗନାଙ୍କ ଏହି ବୟାନ ପରେ ବହୁ କୃଷକ ତାଙ୍କ ବିପକ୍ଷରେ ଟୁଇଟ୍‌ କରିଥିଲେ । ଏହା ସହିତ କଙ୍ଗନା ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତିର ମଜା ଉଡ଼ାଇ ଦେଶର ସ୍ୱାଧୀନତା ସ୍ୱାଧୀନତା ସଂଗ୍ରାମ ବଳରେ ନୁହେଁ ବଂର ଭିକ୍ଷାରେ ମିଳିଛି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ।