ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ହେଲେ ଦେଶର ନୂତନ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଜଷ୍ଟିସ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ଼ ହେଲେ ଦେଶର ୫୦ ତମ ପ୍ରଧାନ ବିଚାରପତି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ସେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କ କାର୍ଯ୍ୟକାଳ ନଭେମ୍ବର ୮ ରେ ଶେଷ ହୋଇଥିଲା। ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ୍‌ ଚନ୍ଦ୍ରଚୂଡଙ୍କୁ ଚୟନ କରାଯାଇଥିଲା । ବୁଧବାର ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ […]

Samaya Live Picture
Published On

ନୂଆଦିଲ୍ଲୀ : ଜଷ୍ଟିସ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ଼ ହେଲେ ଦେଶର ୫୦ ତମ ପ୍ରଧାନ ବିଚାରପତି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ସେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କ କାର୍ଯ୍ୟକାଳ ନଭେମ୍ବର ୮ ରେ ଶେଷ ହୋଇଥିଲା। ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ୍‌ ଚନ୍ଦ୍ରଚୂଡଙ୍କୁ ଚୟନ କରାଯାଇଥିଲା । ବୁଧବାର ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ ହଲରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଜଷ୍ଟିସ୍‌ ଚନ୍ଦ୍ରଚୂଡ । ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ । ଆସନ୍ତା ୨୦୨୪ ନଭେମ୍ବର ୧୦ ତାରିଖ ଯାଏଁ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୂଡ ।

୨୦୧୬ ମସିହାରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ I ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପୂରା ନାଁ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼। ୧୯୫୯ ନଭେମ୍ବର ୧୧ରେ ସେ ମୁମ୍ବାଇରେ ଜନ୍ମଲାଭ କରିଥିଲେ। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପିତା ୟେଶ୍‌ୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ୧୯୭୮ ଫେବ୍ରୁଆରି ୨ରୁ ୧୯୮୫ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଭାରତର ୧୬ଶ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ଆଜି ପ୍ରଧାନ ବିଚାରପତିଙ୍କ ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍‌ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍‌, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ ଏବଂ ସୁପ୍ରିମ୍‌ କୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ।