ସୋନମ ୱାଙ୍ଗଚୁକଙ୍କ ଅନୁରୋଧରେ ଅନଶନରତ ଝାଡ଼ଖଣ୍ଡ ଛାତ୍ର ନେତା ପାଣି ପିଇଲେ

ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କଲେ

ସୋନମ ୱାଙ୍ଗଚୁକଙ୍କ ଅନୁରୋଧରେ ଅନଶନରତ ଝାଡ଼ଖଣ୍ଡ ଛାତ୍ର ନେତା ପାଣି ପିଇଲେ
Samaya Live Desk Picture
Published On

ରାଞ୍ଚି : ଝାଡ଼ଖଣ୍ଡର ଛାତ୍ର ନେତା ଦେବେନ୍ଦ୍ର ନାଥ ମହତୋ, ଯିଏ ଜେପିଏସ୍‌ସି, ଜେଏସଏସସି ସିଜିଏଲ ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ବିରୋଧରେ ଜୁଲାଇ ୩ ତାରିଖରୁ ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ବସିଛନ୍ତି, ସେ ବୁଧବାର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନୁରୋଧ କ୍ରମେ ପାଣି ପିଇଛନ୍ତି। ପ୍ରାୟ ୧୦ ମିନିଟ୍‌ର ଏକ ଭିଡିଓ କଲ୍‌ରେ ସୋନମ ୱାଙ୍ଗଚୁକ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପ୍ରତି ଏକାତ୍ମତା ପ୍ରକାଶ କରିବା ସହ ୩୩ ବର୍ଷୀୟ ଦେବେନ୍ଦ୍ର ନାଥ ମହତୋଙ୍କ ଅବନତି ଘଟୁଥିବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ ମହତୋଙ୍କୁ ଛାତ୍ରମାନଙ୍କ ଦାବି ପାଇଁ ସଂଗ୍ରାମ ଜାରି ରଖିବା ସହ ଅତି କମ୍‌ରେ ପାଣି ପିଇବାକୁ ଅନୁରୋଧ କରିଥିଲେ।ଳ ଏହି ଆଲୋଚନା ପରେ ମହତୋ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ସୋନମ ୱାଙ୍ଗଚୁକଙ୍କ ଅନୁରୋଧକୁ ସମ୍ମାନ ଜଣାଇ ସେ ପାଣି ପିଇଛନ୍ତି। ମହତୋ କହିଛନ୍ତି, ମୋର ସ୍ୱାସ୍ଥ୍ୟ ଭଲ ନଥିଲା। କିନ୍ତୁ ସୋନମ ୱାଙ୍ଗଚୁକଜୀଙ୍କ ଅନୁରୋଧରେ ମୁଁ ପାଣି ପିଇଛି। ଜନ୍ତର ମନ୍ତରରେ ଆପଣ ଆମକୁ ଯେଭଳି ସମର୍ଥନ ଦେଇଥିଲେ, ସେହିଭଳି ସମର୍ଥନ ଓ ଆପଣଙ୍କ ଉପସ୍ଥିତି ଆମକୁ ରାଞ୍ଚିରେ ମଧ୍ୟ ଦରକାର। ତେବେ ମହତୋ ସ୍ପଷ୍ଟ କରିଛନ୍ତି ଯେ ପାଣି ପିଇବାର ଅର୍ଥ ତାଙ୍କ ଆନ୍ଦୋଳନର ସମାପ୍ତି ନୁହେଁ। ସରକାର ସେମାନଙ୍କ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ସେ ଅନଶନ ଜାରି ରଖିବେ ଏବଂ ଖାଦ୍ୟ ଗ୍ରହଣ କରିବେ ନାହିଁ। ସରକାର ଆମର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ। ମୁଁ କେବଳ ପାଣି ପିଇଛି ବୋଲି ସେ କହିଛନ୍ତି। ପ୍ରାୟ ୧୦ ମିନିଟ୍‌ର ଏକ ଭିଡିଓ କଲ୍‌ରେ ସୋନମ ୱାଙ୍ଗଚୁକ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପ୍ରତି ଏକାତ୍ମତା ପ୍ରକାଶ କରିବା ସହ ୩୩ ବର୍ଷୀୟ ଦେବେନ୍ଦ୍ର ନାଥ ମହତୋଙ୍କ ଅବନତି ଘଟୁଥିବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ ମହତୋଙ୍କୁ ଛାତ୍ରମାନଙ୍କ ଦାବି ପାଇଁ ସଂଗ୍ରାମ ଜାରି ରଖିବା ସହ ଅତି କମରେ ପାଣି ପିଇବାକୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ ରାଞ୍ଚିରେ ଚାଲିଥିବା ଏହି ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ମହତୋଙ୍କ ସମେତ ମୋଟ ଛଅ ଜଣ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବାବେଳେ, ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତାକୁ ନେଇ ଆନ୍ଦୋଳନ ଅଧିକ ତୀବ୍ର ହୋଇଛି। ଗତ ୧୦ ଦିନ ଧରି ଦୁଇଟି ଗୋଷ୍ଠୀର ଚାକିରି ଆଶାୟୀମାନେ ୧୪ତମ ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିସନ୍ (ଜେପିଏସ୍‌ସି) ପରୀକ୍ଷାକୁ ବାତିଲ କରିବା, ଜେପିଏସ୍‌ସି ଓ ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଜେଏସଏସସି)ରେ ବ୍ୟାପକ ସଂସ୍କାର ଆଣିବା ଏବଂ ପରୀକ୍ଷାରେ ହୋଇଥିବା ଅନିୟମିତତାର ସିବିଆଇ କିମ୍ବା ରାଜ୍ୟ ବାହାରର ଅବସରପ୍ରାପ୍ତ ଉଚ୍ଚ ନ୍ୟାୟାଳୟ ବିଚାରପତିମାନଙ୍କ ଦ୍ୱାରା ଗଠିତ ସ୍ୱାଧୀନ କମିଟି ମାଧ୍ୟମରେ ତଦନ୍ତ ଦାବି କରୁଛନ୍ତି।

Tags: