ଝାରଖଣ୍ଡ ଶିକ୍ଷା ମନ୍ତ୍ରୀ ଜଗରନାଥ ମେହେତୋଙ୍କ ପରଲୋକ
ଝାରଖଣ୍ଡ : ଗୁରୁବାର ସକାଳେ ଝାରଖଣ୍ଡ ଶିକ୍ଷା ମନ୍ତ୍ରୀ ଜଗରନାଥ ମହୋତୋଙ୍କ ଦେହାନ୍ତ ହୋଇଛି। ମାର୍ଚ୍ଚ ୧୪ ତାରିଖରୁ ସେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶିକ୍ଷା ମନ୍ତ୍ରୀଙ୍କ ଦେହାନ୍ତ ବିଷୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଆମର ଟାଇଗର ଜଗରନାଥ ଦା ଆଉ ନାହାନ୍ତି! ଆଜି ଝାଡ଼ଖଣ୍ଡ ନିଜର ଜଣେ ମହାନ ଆନ୍ଦୋଳନକାରୀ, କର୍ମଠ ତଥା ଜନପ୍ରିୟ […]
ଝାରଖଣ୍ଡ : ଗୁରୁବାର ସକାଳେ ଝାରଖଣ୍ଡ ଶିକ୍ଷା ମନ୍ତ୍ରୀ ଜଗରନାଥ ମହୋତୋଙ୍କ ଦେହାନ୍ତ ହୋଇଛି। ମାର୍ଚ୍ଚ ୧୪ ତାରିଖରୁ ସେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶିକ୍ଷା ମନ୍ତ୍ରୀଙ୍କ ଦେହାନ୍ତ ବିଷୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଆମର ଟାଇଗର ଜଗରନାଥ ଦା ଆଉ ନାହାନ୍ତି! ଆଜି ଝାଡ଼ଖଣ୍ଡ ନିଜର ଜଣେ ମହାନ ଆନ୍ଦୋଳନକାରୀ, କର୍ମଠ ତଥା ଜନପ୍ରିୟ ନେତାଙ୍କୁ ହରାଇଦେଇଛି। ଚେନ୍ନାଇରେ ଚିକିତ୍ସା ସମୟରେ ଆଦରଣୀୟ ଜଗରନାଥ ମହତୋଙ୍କର ଦେହାନ୍ତ ହୋଇଛି। ଭଗବାନ ଦିବଂଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ’।
ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ କିଛି ଦିନ ଧରି ଅସୁସ୍ଥ ହୋଇ ପଡ଼ିଥିଲେ I ମାର୍ଚ୍ଚ ୧୪ରେ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ରାଞ୍ଚିର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ପରେ ସିଏମ୍ ସୋରେନଙ୍କ ପରାମର୍ଶ ତାଙ୍କୁ ରାଞ୍ଚିରୁ ଚେନ୍ନାଇକୁ ଏୟାର ଲିଫ୍ଟ କରାଯାଇଥିଲା।
अपूरणीय क्षति!
हमारे टाइगर जगरनाथ दा नहीं रहे!
आज झारखण्ड ने अपना एक महान आंदोलनकारी, जुझारू, कर्मठ और जनप्रिय नेता खो दिया। चेन्नई में इलाज के दौरान आदरणीय जगरनाथ महतो जी का निधन हो गया।
परमात्मा दिवंगत आत्मा को शांति प्रदान कर शोकाकुल परिवार को दुःख की यह विकट घड़ी सहन करने की…— Hemant Soren (@HemantSorenJMM) April 6, 2023
ସୂଚନାନୁସାରେ,କିଛି ଦିନ ପୂର୍ବରୁ ମନ୍ତ୍ରୀଙ୍କର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହାପରେ ପରେ ସେ କରନା ସଂକ୍ରମିତ ହୋଇ ପଡ଼ିଥିଲେ I ଏହାପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା I ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି I
झारखंड सरकार के मंत्री श्री जगरनाथ महतो जी के चेन्नई के अस्पताल में निधन की बेहद दुःखद सूचना मिली है।
लंबे समय से बीमारी को हराते हुए योद्धा की भांति डंटे रहने वाले जगरनाथ जी का चले जाना पूरे झारखंड के लिए अत्यंत दुखदायी है।
राजनैतिक भिन्नताओं के बावजूद व्यक्तिगत रूप से उनकी… pic.twitter.com/6JlutQ5E7O— Babulal Marandi (@yourBabulal) April 6, 2023




