ଜାମ୍ମୁ କାଶ୍ମୀର : ଖାଇ କୁ ବସ ଖସି ୧୧ ମୃତ ,୨୦ ରୁ ଅଧିକ ଆହତ
ଜାମ୍ମୁ କାଶ୍ମୀର ପୂଞ୍ଚ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା I ଖାଇକୁ ଏକ ମିନି ବସ ଖସି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ ଜଣ ରୁ ଅଧିକ ଆହତ ହୋଇଛନ୍ତି I ପୁଞ୍ଚ୍ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି। ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ବସ୍ଟି ଜାମ୍ମୁ କାଶ୍ମୀର ର ମଣ୍ଡିରୁ ସୁଜିୟାନ୍ରୁ ଅଭିମୂଖେ ଯାଉଥିବା ବେଳେ ଅଚାନକ ବସ ଟି ଭାରସାମ୍ୟ ହରାଇ ଖାଇ ମଧ୍ୟକୁ ଖସି […]
ଜାମ୍ମୁ କାଶ୍ମୀର ପୂଞ୍ଚ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା I ଖାଇକୁ ଏକ ମିନି ବସ ଖସି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ ଜଣ ରୁ ଅଧିକ ଆହତ ହୋଇଛନ୍ତି I ପୁଞ୍ଚ୍ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ବସ୍ଟି ଜାମ୍ମୁ କାଶ୍ମୀର ର ମଣ୍ଡିରୁ ସୁଜିୟାନ୍ରୁ ଅଭିମୂଖେ ଯାଉଥିବା ବେଳେ ଅଚାନକ ବସ ଟି ଭାରସାମ୍ୟ ହରାଇ ଖାଇ ମଧ୍ୟକୁ ଖସି ପଡିଥିଲା। ମଣ୍ଡି ତହସିଲଦାର ଶହଜାଦ ଲତିଫ ଏନେଇ ସୂଚନା ଦେଇଛନ୍ତି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ, ପୁଲିସ୍ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ଖବର ପାଇବାପରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମୃତକଙ୍କ ନିମନ୍ତେ ଶୋକ ବ୍ୟକ୍ତ କରିବା ସହିତ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରି ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତ ଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ପୁଞ୍ଚ ସଡକ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରି ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି I
Saddened by loss of lives due to a road accident in Sawjian, Poonch. Condolences to bereaved families. May the injured recover soon. Rs. 5 lakh would be given to the next of kin of deceased. Directed Police and Civil authorities to provide best possible treatment to the injured.
— Office of LG J&K (@OfficeOfLGJandK) September 14, 2022




