ଯୁଦ୍ଧ ପାଇଁ ଇରାକରେ ଘନ ଅନ୍ଧାର

ଯୁଦ୍ଧ ପାଇଁ ଇରାକରେ ଘନ ଅନ୍ଧାର
Samaya Live Desk Picture
Published On

ବାଗ୍‌ଦାଦ:  ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ଘନେଇବାରେ ଲାଗି ଥିବାବେଳେ ଇରାକ୍‌ ଏବେ ଦେଶବ୍ୟାପୀ ବିଜୁଳି ବିଭ୍ରାଟର ସମ୍ମୁଖୀନ ହୋଇଛି। ଦେଶର ବିଦ୍ୟୁତ୍‌ ମନ୍ତ୍ରାଳୟ ମଧ୍ୟ ଉପୁଜିଥିବା ସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇଛି। ମନ୍ତ୍ରାଳୟ କହିଛି ଯେ ଇରାକର ସମସ୍ତ ପ୍ରଦେଶରେ ପାୱାର ଗ୍ରିଡ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ତେବେ ଏହାର କାରଣ କ’ଣ ଜଣାପଡ଼ିନଥିବାବେଳେ ସମସ୍ୟାର ସମାଧାନ କରିବାପାଇଁ ଉଦ୍ୟମ ଜାରି ରହିଥିବା ମନ୍ତ୍ରାଳୟ କହିଛି।  ଇସ୍ରାଏଲ-ଆମେରିକା‌ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହେବା ପରଠାରୁ ଇରାକର କିଛି ଅଂଶରେ ଲଗାତାର ଆକ୍ରମଣ ହେଉଛି। ବୁଧବାର ବାଗ୍‌ଦାଦ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ୨ଟି ଡ୍ରୋନ୍‌ ଖସାଯିବା ସହ ଇରାକରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ହୋଇଯାଇଛି। ଇତି ମଧ୍ୟରେ ଇରାକର ଉତ୍ତର କୁର୍ଦିସ୍ତାନ ଅଞ୍ଚଳର ରାଜଧାନୀ ଏରବିଲ୍‌ରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । ଏରବିଲ ବିମାନବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିିଳିଛି। ଅନ୍ୟପକ୍ଷେ ବାଗ୍‌ଦାଦ ସ୍ଥିତ ଆମେରିକା ଦୂତାବାସ ସମସ୍ତ ଆମେରିକୀୟ ନାଗରିକଙ୍କୁ ତୁରନ୍ତ ଇରାକ୍‌ ଛାଡ଼ି ଦେବାପାଇଁ କହିଛି।

Tags: