ମୋ ସହ ୧୪୦ ଲକ୍ଷ ନାଗରିକ ଦେଶ ପାଇଁ  ଜୀବନ ଦେବାକୁ ପ୍ରସ୍ତୁତ: ଇରାନ ରାଷ୍ଟ୍ରପତି

ମୋ ସହ ୧୪୦ ଲକ୍ଷ ନାଗରିକ ଦେଶ ପାଇଁ  ଜୀବନ ଦେବାକୁ ପ୍ରସ୍ତୁତ: ଇରାନ ରାଷ୍ଟ୍ରପତି
Samaya Live Desk Picture
Published On

ତେହେରାନ,: : ମଧ୍ୟପ୍ରାଚ୍ୟ ଉତ୍ତେଜନା ଅତି ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଇରାନକୁ ଦିଆଯାଇଥିବା ‘ମଧ୍ୟରାତ୍ରି ଅଲ୍ଟିମେଟମ୍‌’ର ଡେଡଲାଇନ୍ ପାଖେଇ ଆସୁଥିବାରୁ, ତେହେରାନ ଏହାକୁ ଖାତିର କରିନାହିଁ।  ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ୍ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦେଶର ନାଗରିକମାନେ ଯେକୌଣସି ବିଦେଶୀ ଆକ୍ରମଣ ବିରୋଧରେ ନିଜ ଜୀବନକୁ ବାଜି ଲଗାଇଦେବେ କିନ୍ତୁ ପଛଘୁଞ୍ଚା ଦେବେ ନାହିଁ। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟରେ ବିଶ୍ୱ ସମ୍ପ୍ରଦାୟ ଏବଂ ବିଶେଷକରି ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ୧୪ ଲକ୍ଷରୁ ଅଧିକ ଗର୍ବିତ ଇରାନୀ ନାଗରିକ ଦେଶକୁ ରକ୍ଷା କରିବା ପାଇଁ ନିଜ ଜୀବନ ଦେବାକୁ ଆଗ୍ରହ ଦେଖାଇଛନ୍ତି।ପେଜେଶକିୟାନ୍ ଭାବପ୍ରବଣ ହୋଇ ଲେଖିଛନ୍ତି, ମୁଁ ନିଜେ ଇରାନ ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିଲି , ରହିଛି ଏବଂ ରହିବି ମଧ୍ୟ। ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ଇରାନକୁ ଆଲୋଚନା ଟେବୁଲକୁ ଆସିବାକୁ ନଚେତ୍ ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ଚରମବାଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହର୍ମୁଜ ପ୍ରଣାଳୀ ଖୋଲିବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ମଙ୍ଗଳବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହି ସମୟ ଇରାନ ପାଇଁ ଶେଷ ସମୟସୀମା ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। 

Tags: