ଜୋର୍ଡ଼ାନରେ ଅନେକ ଆମେରିକା ଯୁଦ୍ଧ ବିମାନ ଧ୍ବଂସ କରିଥିବା ଇରାନର ଦାବି

ଜୋର୍ଡ଼ାନରେ ଅନେକ ଆମେରିକା ଯୁଦ୍ଧ ବିମାନ ଧ୍ବଂସ କରିଥିବା ଇରାନର ଦାବି
Samaya Live Desk Picture
Published On

ତେହେରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉତ୍ତେଜନା ଅଧିକ ତୀବ୍ର ହେବାରେ ଲାଗିଛି। ଆମେରିକା ଇରାନ ଉପରେ ଆକ୍ରମଣ‌ କରି ଏହାର ଭିତ୍ତିଭୂମିକୁ ବ୍ୟାପକ ଭାବେ କ୍ଷତି ଘଟାଇଥିବାବେଳେ ଇରାନ ମଧ୍ୟ୍ ଅନେକ ଆାମରିକୀୟ ଯୁଦ୍ଧ ବିମାନକୁ ଧ୍ବଂସ କରିଥିବା ଦାବି କରିଛି। ଜୋର୍ଡାନରେ ମୁତୟନ ହୋଇଥିବା ଆମେରିକାର ଅନେକ ସାମରିକ ବିମାନ ଓ ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି କ୍ଷତିଗ୍ରସ୍ତ କରିଦେଇଛି। ଇସଲାମିକ୍ ଗଣରାଜ୍ୟର ବିଭିନ୍ନ ସ୍ଥାନରେ ଆମେରିକା ଗୁରୁବାର ରାତିରେ ଆକ୍ରମଣ କରିବା ଯୋଗୁ ଅତି କମ୍‌ରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଇରାନ ଏହାର କଡ଼ା ପ୍ରତିଶୋଧ ନେଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇବା ସହ ଜୋର୍ଡାନ ସେନା ତିନିଟି ଇରାନୀ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିବା କହିବାର କିଛି ଘଣ୍ଟା ପରେ ଇରାନ ଆମେରିକା ବିମାନ ଧ୍ବଂସ କରିଥିବା କହିଛି। ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ଏରୋସ୍ପେସ୍ ଫୋର୍ସ ଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ, ଅପରେସନ୍ ନାସର୍ ୨ର ୧୪ତମ ପର୍ଯ୍ୟାୟର ଅଂଶ ଭାବରେ ଦୁଇଟି ପର୍ଯ୍ୟାୟରେ ଆକ୍ରମଣ କରାଯାଇଥିଲା। ଆଇଆରଜିସି କହିଛି ଯେ, ଏହି ଆକ୍ରମଣରେ ଜୋର୍ଡାନରେ ଅବସ୍ଥିତ ଆମେରିକୀୟ ଲଢ଼ୁଆ ବିମାନ ଓ ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନକୁ ଟାର୍ଗେଟ କରିଥିଲା। ତେବେ ନିରପେକ୍ଷ ସୂତ୍ରରୁ ଇରାନ ଆକ୍ରମଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Tags: