କୁଏତ ଉପରେ ଇରାନର କ୍ଷେପଣାସ୍ତ୍ର , ଡ୍ରୋନ୍‌ ଆକ୍ରମଣ

କୁଏତ ଉପରେ ଇରାନର  କ୍ଷେପଣାସ୍ତ୍ର , ଡ୍ରୋନ୍‌ ଆକ୍ରମଣ
Samaya Live Desk Picture
Published On

ତେହେରାନ: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ଏବେ ଶୀର୍ଷରେ ପହଞ୍ଚିଛି। ସୋମବାର  ଇରାନ ହଠାତ୍ କ୍ଷେପଣାସ୍ତ୍ର ଏବଂ ଘାତକ ଡ୍ରୋନ୍ ଦ୍ବାରା କୁଏତ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଅଚାନକ ବୋମାମାଡ଼ ପରେ ବଡ଼ି ଭୋର୍‌ ସମୟରେ କୁଏତର ପ୍ରମୁଖ ସହରଗୁଡ଼ିକରେ ସାଇରନ୍ ବାଜିବା ଆରମ୍ଭ କରିଥିଲା। ଏହା ସାଧାରଣ ନାଗରିକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକମାନେ ସୁରକ୍ଷିତ ସ୍ଥାନ ଏବଂ ବଙ୍କର ଆଡକୁ ଦୌଡ଼ିଥିବା ଦେଖାଯାଇଥିଲା। କୁଏତର ସରକାରୀ ଖବର ସଂସ୍ଥା ନିଶ୍ଚିତ କରିଛି ଯେ, ସାରା ଦେଶରେ ସାଇରନ୍ ବାଜୁଛି। କୁଏତର ସାମରିକ ବାହିନୀ ତୁରନ୍ତ ଏହାର ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରି ଜବାବ ଦେବା ଆରମ୍ଭ କରିଥିଲା। ମଝି ଆକାଶରେ ଇରାନ ଦ୍ୱାରା ପ୍ରକ୍ଷେପିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌କୁ ଧ୍ୱଂସ କରିବାକୁ ଚେଷ୍ଟା କରାଯାଇଥିଲା। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଦାବି କରିଛି ଯେ, ଏରୋସ୍ପେସ୍ ଫୋର୍ସ ସିରିକ୍ ଦ୍ୱୀପରେ ଥିବା ଏକ ଆମେରିକା ବାୟୁସେନା ଘାଟିକୁ ଟାର୍ଗେଟ କରିଛି।  ତେବେ ଆଇଆରଜିସି ଏନେଇ କିଛି ସୂଚନା ପ୍ରଦାନ କରିନାହିଁ। 

Tags: