ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ

ଦିଲ୍ଲୀ: ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ । ସଫଳ ହେବା ପୂର୍ବରୁ ଯୋଜନାକୁ ପଣ୍ଡ କଲା ବିଏସ୍‌ଏଫ୍‌ । ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଜଣେ ଅନୁପ୍ରବେଶକାରୀ ଭାରତରେ ପହଞ୍ଚିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନୂପୁରଙ୍କ ଉପରକୁ ଆକ୍ରମଣ କରିବା ପୂର୍ବରୁ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବାହିନୀ(ବିଏସଏଫ) ୨୪ବର୍ଷୀୟ […]

Samaya Live Picture
Published On

ଦିଲ୍ଲୀ: ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ । ସଫଳ ହେବା ପୂର୍ବରୁ ଯୋଜନାକୁ ପଣ୍ଡ କଲା ବିଏସ୍‌ଏଫ୍‌ । ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଜଣେ ଅନୁପ୍ରବେଶକାରୀ ଭାରତରେ ପହଞ୍ଚିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ନୂପୁରଙ୍କ ଉପରକୁ ଆକ୍ରମଣ କରିବା ପୂର୍ବରୁ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବାହିନୀ(ବିଏସଏଫ) ୨୪ବର୍ଷୀୟ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଥିବା ସାମ୍ନାକୁ ଆସିଛି । ଏହି ବ୍ୟକ୍ତିଙ୍କ ନାମ ରିଜୱାନ୍‌ ଅଶରଫ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ରିଜୱାନକୁ ଗିରଫ କରାଯିବା ସମୟରେ ତା’ର ଯୋଜନା କ’ଣ ଥିଲା, ସେ ବିଷୟରେ କେହି ଜାଣିନଥିଲେ । ହେଲେ ପଚରାଉଚରା କରାଯିବାରୁ ଆଜି ଭାରତ ଆସିବାର ପ୍ରକୃତ କାରଣ ଜଣାପଡ଼ିଛି । ବିଏସଏଫ ଅଧିକାରୀ ରିଜୱାନକୁ ଭାରତ ଆସିବା ପଛର କାରଣ ପଚାରିବା ପରେ ସେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଭାରତ ଆସିଥିବା କହିଥିଲା ।

ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁରୁ ଦେଇଥିବା ବୟାନକୁ ନେଇ ସେ ଦୁଃଖିତ ଥିବାରୁ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଥିଲା । ବିଏସଏଫ ଦେଇଥିବା ସୂଚନା ଅନୁଯାୟୀ, ଭାରତରେ ପ୍ରବେଶ କରିବା ପରେ ଅଶରଫ ଗଙ୍ଗାନଗରରୁ ଅଜମେର ଦର୍ଗା ଯିବାକୁ ଚାହୁଁଥିଲେ । ସେଠାକୁ ଯାଇ ସେ ଦର୍ଗାରେ ଚାଦର ଚାଇବା ପରେ ନୂପୁର ଶର୍ମାଙ୍କୁ ହତ୍ୟା କରିବାର ଯୋଜନା କରିଥିଲା । ଅଷ୍ଟମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଅଶରଫ ଉର୍ଦ୍ଦୁ, ପଞ୍ଜାବୀ ଏବଂ ହିନ୍ଦୀ ଭାଷା ଜାଣିଛନ୍ତି । ତେବେ ତାଙ୍କ ନିକଟରୁ କେଣସି ଅସ୍ତ୍ର ମିଳିନାହିଁ ।