ୱାଙ୍ଗଚୁକ୍‌ଙ୍କୁ ଅନସନ ଭାଙ୍ଗିବାକୁ ଅନୁରୋଧ କଲେ କଂଗ୍ରେସ ନେତା

ୱାଙ୍ଗଚୁକ୍‌ଙ୍କୁ ଅନସନ ଭାଙ୍ଗିବାକୁ ଅନୁରୋଧ କଲେ କଂଗ୍ରେସ ନେତା
Samaya Live Desk Picture
Published On

 ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତରରେ ଆମରଣ ଅନସନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ବେଶି ବିଗିଡ଼ିବା‌ରେ ଲାଗିଛି। ସୋନମଙ୍କୁ ଆଜି କଂଗ୍ରେସ ନେତା ପୱନ ଖେଡ଼ା ଭେଟିଛନ୍ତି ଏବଂ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁ ଥିବାରୁ ତାଙ୍କୁ ତାଙ୍କ ଅନସନ ଶେଷ କରିବାକୁ ଅନୁରୋଧ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ଖେଡ଼ା କହିଛନ୍ତି ଯେ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏକ ସାମ୍ବିଧାନିକ ଅଧିକାର । ସେ ଦୃଢ଼ ଭାବରେ କହିଛନ୍ତି ଯେ ଉପବାସ କରୁଥିବା ନାଗରିକଙ୍କ ସହ ଯୋଗାଯୋଗ କରିବା ସରକାରଙ୍କ କର୍ତ୍ତବ୍ୟ ଯାହା ଦ୍ୱାରା ସେମାନଙ୍କର ସ୍ୱର ଶୁଣାଯାଇପାରିବ। ଖେଡ଼ା କହିଛନ୍ତି, ଗଣତନ୍ତ୍ରରେ, ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏକ ସାମ୍ବିଧାନିକ ଅଧିକାର। ଯେତେବେଳେ ନାଗରିକମା ତାଙ୍କ କଥା ଶୁଣିବା ଶୁଣିବା ପାଇଁ ଉପବାସ କରନ୍ତି, ସରକାରଙ୍କ କର୍ତ୍ତବ୍ୟ ହେଉଛି ଶୁଣିବା - ପଛକୁ ଚାହିଁବା ନୁହେଁ। ଏହା ହେଉଛି ରାଜ ଧର୍ମ। ଖେଡ଼ା କହିଛନ୍ତି, ୧୯୮୪ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜୀ ଏହା କରିଥିଲେ। ୨୦୧୧ ମସିହାରେ ଡକ୍ଟର ମନମୋହନ ସିଂହଙ୍କ ସରକାର ମଧ୍ୟ ଏହା କରିଥିଲେ। ସେମାନେ ବୁଝିଥିଲେ ଯେ ସରକାରଙ୍କ ପ୍ରଥମ ଦାୟିତ୍ୱ ହେଉଛି ମତଭେଦରେ ମଧ୍ୟ ସାମିଲ ହେବା। ଖେଡ଼ା ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ସରକାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଭାରତୀୟ ଜାତୀୟ ଛାତ୍ର ସଂଘ , ଭାରତୀୟ ଯୁବ କଂଗ୍ରେସ ଏବଂ ଜନ୍ତର ମନ୍ତରରେ ପ୍ରତିବାଦକାରୀଙ୍କ ଦ୍ୱାରା ଉଠାଯାଇଥିବା ଶିକ୍ଷା ସଂସ୍କାର ଦାବି ପ୍ରତି ଉଦାସୀନତା‌ ଦେଖାଇଛନ୍ତି।

Tags: