ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
By: Samaya Live News
ମୁମ୍ବାଇ : ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ I ବିମାନଟି ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା ।
ସୂଚନା ଅନୁସାରେ, ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖୀ ଇଣ୍ଡିଗୋ ବିମାନ-୬ଇ୧୨୩୪କୁ ବୋମା ଥିବା ଧମକ ମିଳିଥିଲା । ଯାହା ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇଥିଲା । ହାଇଦ୍ରାବାଦ ବିମାନବନ୍ଦରରେ ଇମେଲ୍ ମାଧ୍ୟମରେ ବିମାନରେ ‘ମାନବ ବୋମା’ ଥିବା ଧମକ ମିଳିଥିବାରୁ ଅଧିକାରୀମାନେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ । ବିମାନରେ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାରେ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ରହିଛି । ଏହାପରେ ଇଣ୍ଡିଗୋ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଥିଲେ । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
Read More ସବୁଠୁ ନିଆରା ପୁତିନଙ୍କ ଜୀବନଶୈଳୀ
Tags:


