ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
By: Samaya Live News
ମୁମ୍ବାଇ : ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ I ବିମାନଟି ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା ।
ସମ୍ବନ୍ଧିତ ଖବର ଇରାନ ତା'ର ଯୁଦ୍ଧଜାହାଜ ଉପରେ ଟର୍ପେଡୋ ଆକ୍ରମଣର କିଛି ଘଣ୍ଟା ପରେ ଆମେରିକୀୟ ଟ୍ୟାଙ୍କର୍ ଉପରେ ଆକ୍ରମଣ କଲା
ସୂଚନା ଅନୁସାରେ, ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖୀ ଇଣ୍ଡିଗୋ ବିମାନ-୬ଇ୧୨୩୪କୁ ବୋମା ଥିବା ଧମକ ମିଳିଥିଲା । ଯାହା ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇଥିଲା । ହାଇଦ୍ରାବାଦ ବିମାନବନ୍ଦରରେ ଇମେଲ୍ ମାଧ୍ୟମରେ ବିମାନରେ ‘ମାନବ ବୋମା’ ଥିବା ଧମକ ମିଳିଥିବାରୁ ଅଧିକାରୀମାନେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ । ବିମାନରେ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାରେ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ରହିଛି । ଏହାପରେ ଇଣ୍ଡିଗୋ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଥିଲେ । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ସମ୍ବନ୍ଧିତ ଖବର ଇସ୍ତଫା ଦେଲେ ଲଦାଖ ଉପରାଜ୍ୟପାଳ
ସମ୍ବନ୍ଧିତ ଖବର ବିହାର, ପଶ୍ଚିମବଙ୍ଗ ସମେତ ୯ ରାଜ୍ୟର ରାଜ୍ୟପାଳ ବଦଳିଲେ
Tags:



