ଋଷ ଉପରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ, ୩ ଆହତ
କିବ୍ : ରବିବାର ଦିନ ୟୁକ୍ରେନୀୟ ଡ୍ରୋନ୍ ରୁଷିଆର ମସ୍କୋ ଅଞ୍ଚଳରେ ଆକ୍ରମଣ କରିବା ଫଳରେ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛି। ରୁଷ୍ ସ୍ଥିତ ଭାରତୀୟ ଦୂତାବାସ ଏହା ସ୍ପଷ୍ଟ କରିଛି। ଦୂତାବାସର ଅଧିକାରୀମାନେ ଆକ୍ରମଣ ସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ଆହତ ଶ୍ରମିକମାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଜୀବନହାନି ପାଇଁ ଦୂତାବାସ ଶୋକ ପ୍ରକାଶ କରିଛି ଏବଂ ଶ୍ରମିକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ କମ୍ପାନି ପରିଚାଳନା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ କରୁଛି। ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ଦୂତାବାସ ଏହା କହିଛି। ପୀଡିତଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। କର୍ତ୍ତୃପକ୍ଷମାନେ ଡ୍ରୋନ୍ ଆକ୍ରମଣ ବିଷୟରେ ଅଧିକ ବିବରଣୀ ମଧ୍ୟ ପ୍ରକାଶ କରିନାହାନ୍ତି। ୟୁକ୍ରେନ ରବିବାର ରାତିରେ ମସ୍କୋ ଉପରେ ଗତ କିଛି ମାସ ମଧ୍ୟରେ ସବୁଠାରୁ ବଡ଼ ଡ୍ରୋନ ଆକ୍ରମଣ କରିଥିଲା , ଯାହା ଫଳରେ ରୁଷର ରାଜଧାନୀ ଏବଂ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭଗ୍ନାବଶେଷ ପଡ଼ିଥିଲା।



