ପରିବର୍ତ୍ତନ ମୁହାଁ ଭାରତୀୟ ରାଜନୀତି

କେରଳରେ ୟୁଡିଏଫ, ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ତାମିଲନାଡୁରେ ଟିଭିକେ ର ବାଜିମାତ

ପରିବର୍ତ୍ତନ ମୁହାଁ ଭାରତୀୟ ରାଜନୀତି
Samaya Live News Picture
Published On

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତାମିଲନାଡୁଠୁ ପଶ୍ଚିମବଙ୍ଗ ଯାଏଁ । ସବୁଠି ପରିବର୍ତ୍ତନର ଲହର । ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବା ଦ୍ୱାରଦେଶରେ । 

ସେହିପରି କେରଳର ୧୪୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ୯୮ଟି ଆସନରେ ଆଗୁଆ ଥିବା ବେଳେ ବାମଦଳ ୩୮ ଆସନରେ ଆଗୁଆ ରହିଛି। ଏଥର କେରଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ରଣନୀତିକ ଭାବରେ ୯୯ଟି ଆସନରେ ନୂତନ ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲା।  

ସେପଟେ, ସବୁଠୁ ଆଶ୍ଚର୍ଯ୍ୟ କରିଛି ତାମିଲନାଡୁର ରେଜଲ୍ଟ୍ । ଏଠାରେ ନୂଆ କରି ଗଢିଥିବା ଅଭିନେତା ଟର୍ଣ୍ଣଡ୍ ପଲିଟିସିଆନ୍ ବିଜୟଙ୍କ ଟିଭିକେ ସବୁଠୁ ବଡ ଦଳ ଭାବେ ଉଭା ହୋଇଛି । ତାମିଲନାଡୁରେ ମୋଟ୍ ସିଟ୍ ହେଉଛି୨୩୪ । ବହୁମତ ପାଇଁ ଦରକାର ୧୧୮ ଆସନ । ଏହି ରେସରେ ଏବେ ଆଗରେ ଅଛନ୍ତି ବିଜୟ । ତାଙ୍କ ଦଳ ଟିଭିଏକେ ଦିନ୧୨ଟା ସୁଦ୍ଧା ୧୧୦ ଆସନରେ ଆଗୁଆ ରହିଛି । ଅନ୍ୟ ଦିଗରେ ସରକାରରେ ଥିବା ଡିଏମକେ ମାତ୍ର ୫୨ଟି ସିଟରେ ଆଗୁଆ ଥିବା ବେଲେ ବିଜେପି ସମର୍ଥିତ ଏଆଇଏଡିଏମକେ୭୨ସିଟ୍ ରେ ଲିଡ୍ କରୁଛି ।

ଅନ୍ୟପଟେ, ଆସାମ ବିଧାନସଭା ନିର୍ବାଚନରେ ​​ବିଜେପି ଏକ ଐତିହାସିକ ହ୍ୟାଟ୍ରିକ୍ ହାସଲ କରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ,  ସୂଚାଇ ଦେଉଛି ଯେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କ୍ଷମତା ବଜାୟ ରଖିବାକୁ ପ୍ରସ୍ତୁତ। ୯୦ରୁ ଅଧିକ ଆସନରେ ଅଗ୍ରଣୀ ସହ ସରକାର କରିବା ନିଶ୍ଚିତ। ବହୁ ପଛରେ ରହିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ। ଆସାମରେ ୧୨୬ ଆସନରୁ ୧୨୬ ମଧ୍ୟରେ ବିଜେପି ୯୮ ଆସନ ହାତେଇଥିବା ବେଳେ କଂଗ୍ରେସ ୨୬ ଅନ୍ୟାନ୍ୟ ୦୨ ହାତେଇଛନ୍ତି।

Tags: