ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଜୟଶଙ୍କର

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଜୟଶଙ୍କର
Samaya Live Desk Picture
Published On

ନୂଆଦିଲ୍ଲୀ: ଭାରତ  ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଯୋଡ଼ି ହେବ  ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ଗୁରୁବାର ଜୟଶଙ୍କରଙ୍କ ଆମେରିକା ଗସ୍ତର ଶେଷ ଦିନ ଥିଲା। ଭାରତୀୟ ସାମଗ୍ରୀ ଉପରେ ଆମେରିକା ଏହାର ଶୁଳ୍କ ହ୍ରାସ କରିବାକୁ ଦୁଇ ଦେଶ ବୁଝାମଣା କରିଥିବା ଜୟଶଙ୍କର ଘୋଷଣା କରିଛନ୍ତି। ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ମନ୍ତ୍ରିସ୍ତରୀୟ ବୈଠକ ପାଇଁ ଆମେରିକା  ଯାଇଥିବାବେଳେ ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏବଂ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ ବିଷୟରେ ଆଲୋଚନା କରିଥିଲେ। ଜୟଶଙ୍କର କହିଛନ୍ତି ଯେ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବୁଝୁଛନ୍ତି ତେଣୁ ଏହାର ସମୟସୀମା ସମ୍ପର୍କରେ ତାଙ୍କ ପାଖରେ ତଥ୍ୟ ନାହିଁ। 

Tags: