ନେପାଳକୁ ଚତୁର୍ଥ ରିଲିଫ୍‌ ବିମାନ ପଠାଇଲା ଭାରତ

ନେପାଳକୁ ଚତୁର୍ଥ ରିଲିଫ୍‌ ବିମାନ ପଠାଇଲା ଭାରତ
Samaya Live Desk Picture
Published On
ନୂଆଦିଲ୍ଲୀ: ବନ୍ୟା ବିପର୍ଯ୍ୟୟ ସହ ଲଢ଼ୁଥିବା ନେପାଳକୁ ଭାରତ ସରକାର ପୂଣି ଆଉ ଏକ ରିଲିଫ୍‌ ବିମାନ ପଠାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଦେଇଛନ୍ତି ଯେ ଭାରତୀୟ ବାୟୁସେନା (ଆଇଏଏଫ) ର ଚତୁର୍ଥ ବିମାନ ୧୧ ଟନ୍ ଜରୁରୀ ସାମଗ୍ରୀ ଧରି କାଠମାଣ୍ଡୁରେ ପହଞ୍ଚିଛି। ନିଖୋଜ ଥିବା ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରହିଛି। ଚୀନ୍ ସୀମାନ୍ତରୁ ୫୯୮ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଭାବେ ନେପାଳରେ ପ୍ରବେଶ କରିଛନ୍ତି। ଅପରପକ୍ଷେ ପ୍ରାୟ ୯୦୦ ଭାରତୀୟ ଚୀନ୍‌ରୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅପେକ୍ଷା କରିଥିବା ବେଳେ ବେଜିଂସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କ ସୁରକ୍ଷା ଉପରେ ନଜର ରଖିଛି। ନେପାଳସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମୃତକମାନଙ୍କ ଶରୀର ଚିହ୍ନଟ ପ୍ରକ୍ରିୟା ପାଇଁ ସ୍ୱେଚ୍ଛାସେବୀ ଓ ସହାୟତା ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଭାରତ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୮.୫ ଟନ୍ ଜରୁରୀକାଳୀନ ସାମଗ୍ରୀ ବିମାନ ଯୋଗେ ପ୍ରଦାନ କରିଛି, ଯେଉଁଥିରେ ଆବଶ୍ୟକୀୟ ଔଷଧ, କମ୍ବଳ, ସ୍ଲିପିଂ ବ୍ୟାଗ୍, ଜେନେରେଟର ଏବଂ ପାଣି ବିଶୋଧନ ବଟିକା ସାମିଲ ରହିଛି।
 
Tags: