ମାର୍ଚ୍ଚ ସୁଦ୍ଧା ଭାରତରେ ଗରମ ଯୋଗୁ ୫୫ ହଜାର ମୃତ୍ୟୁ ହେବାର ଆଶଙ୍କା

ମାର୍ଚ୍ଚ ସୁଦ୍ଧା ଭାରତରେ ଗରମ ଯୋଗୁ ୫୫ ହଜାର ମୃତ୍ୟୁ ହେବାର ଆଶଙ୍କା
Samaya Live Desk Picture
Published On

ନୂଆଦିଲ୍ଲୀ :ଚିକାଗୋ ବିଶ୍ୱବିଦ୍ୟାଳୟର ‘କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍’ ଦ୍ୱାରା ବିକଶିତ ‘ଏଲ୍ ନିନୋ ହିଟ୍ ମର୍ଟାଲିଟି ଟ୍ରାକର୍’ର ଆକଳନ ଅନୁଯାୟୀ, ଭାରତରେ ଗରମ ଯୋଗୁଁ ପ୍ରାୟ ୫୫ ହଜାର ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଏହି ମୃତ୍ୟୁ ମଧ୍ୟରୁ ଅଧିକାଂଶ ମାର୍ଚ୍ଚ ମାସରେ ହୋଇପାରେ। ଆସନ୍ତା କିଛି ମାସ ମଧ୍ୟରେ ‘ସୁପର୍ ଏଲ୍ ନିନୋ’ ପ୍ରଭାବରେ ସୃଷ୍ଟି ହେବାକୁ ଥିବା ଅତ୍ୟଧିକ ଗରମ ଯୋଗୁ ହେବାକୁ ଥିବା ମୃତ୍ୟୁର ଏକ-ତୃତୀୟାଂଶରୁ ଅଧିକ ନାଇଜେରିଆ, ଇଣ୍ଡୋନେସିଆ ଓ ବ୍ରାଜିଲ୍‌ରେ ଘଟିବାର ଆଶଙ୍କା ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଟ୍ରାକର୍‌ର ଆକଳନରେ ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ୮୪ ହଜାର ୫୦୦ ଲୋକଙ୍କ ମୃତ୍ୟୁ ଘଟିସାରିଛି। ସେଥିମଧ୍ୟରୁ ଭାରତରେ ପ୍ରାୟ ୧ ଲକ୍ଷ ମୃତ୍ୟୁ ଘଟିଥିବା ଦର୍ଶାଯାଇଛି। ଏହି ଟ୍ରାକର୍‌ରେ ‘ସୁପର୍ ଏଲ୍ ନିନୋ’ର ଦୈନନ୍ଦିନ ପ୍ରଭାବ ସମ୍ପର୍କରେ ତଥ୍ୟ ଦିଆଯାଉଛି। ଆକଳନ ଅନୁଯାୟୀ, ଅତ୍ୟଧିକ ଗରମ ଯୋଗୁ ମୋଟ ୮ ଲକ୍ଷ ୫୭ ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ। ସେଥିମଧ୍ୟରୁ ୩ ଲକ୍ଷ ୭୩ ହଜାର ମୃତ୍ୟୁ ମାର୍ଚ୍ଚ ୨୦୨୭ ସୁଦ୍ଧା ଘଟିବାର ଆକଳନ କରାଯାଇଛି। କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍‌ର ସହ-ପ୍ରତିଷ୍ଠାତା ଡକ୍ଟର ଗ୍ରୀନ୍‌ଷ୍ଟୋନ୍ କହିଛନ୍ତି,‘ଏହାଦ୍ୱାରା ଆମେ ଚିହ୍ନଟ କରିପାରିବା ଯେ କେଉଁ ସ୍ଥାନରେ ଲୋକମାନେ ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ଏହା ନିଷ୍ପତ୍ତି ନେଉଥିବା ଅଧିକାରୀମାନଙ୍କୁ ଜୀବନହାନି ହେବା ପୂର୍ବରୁ ପଦକ୍ଷେପ ନେବାର ସୁଯୋଗ ଦେଇଥାଏ। ବର୍ତ୍ତମାନ ଆମେ ଯେଉଁ ସୁପର୍ ଏଲ୍ ନିନୋର ପ୍ରଭାବ ଅନୁଭବ କରୁଛୁ, ସେଥିପାଇଁ ଏହି ଟ୍ରାକର୍ ଆବଶ୍ୟକୀୟ ତଥ୍ୟ ଯୋଗାଇଥାଏ।

Tags: