ଭାରତ EU ଐତିହାସିକ ଚୁକ୍ତି ,୧୮ ବର୍ଷ ପରେ ପ୍ରୟାସ ସଫଳ

"ମଦର ଅଫ୍ ଅଲ୍ ଡିଲ୍ " କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ଭାରତ EU ଐତିହାସିକ ଚୁକ୍ତି ,୧୮ ବର୍ଷ ପରେ  ପ୍ରୟାସ ସଫଳ
Samaya Live News Picture
Published On

ନୂଆଦିଲ୍ଲୀ : ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷରିତ । ବାଣିଜ୍ୟ କ୍ଷେତ୍ରରେ ଭାରତ- ୟୁରୋପୀୟ ସଂଘ ମଧ୍ୟରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହେବାକୁ ଯାଉଛି । ଆମେରିକାର ଟାରିଫ ଭୟ ଭିତରେ ଭାରତ ସହ ୟୁରୋପୀୟ ସଂଘ ମଧ୍ୟରେ ହୋଇଛି ବଡ ବାଣିଜ୍ୟିକ ଚୁକ୍ତି । ୧୮ ବର୍ଷ ପରେ, ଏହି ପ୍ରୟାସ ସଫଳ ହୋଇଛି । ଉଭୟ ପକ୍ଷ ୨୦୦୭ମସିହାରୁ ଏଥିପାଇଁ ଆଲୋଚନା କରିଆସୁଛନ୍ତି । ଏହାକୁ "ମଦର ଅଫ୍ ଅଲ୍ ଡିଲ୍ " ବୋଲି କୁହାଯାଉଛି । ଏହି ଐତିହାସିକ ଚୁକ୍ତି ଫଳରେ ବର୍ତ୍ତମାନ ୟୁରୋପୀୟ ସଂଘରୁ ଭାରତକୁ ଆସୁଥିବା ଅନେକ ସାମଗ୍ରୀକୁ ଶସ୍ତା କରିପାରିବ। 

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ଙ୍କୁ ପ୍ରଶଂସା କରି ଭାରତ ଏବଂ ୟୁରୋପୀୟ ମଧ୍ୟରେ ଚୁକ୍ତିନାମାକୁ "ସମସ୍ତ ଚୁକ୍ତିନାମାର ଜନନୀ" ‘Mother of All Deals’ ବୋଲି କହିଥିଲେ। ସେ କହିଥିଲେ ଯେ ଏହା ଉଭୟ ପକ୍ଷର ଲୋକ ଏବଂ ବ୍ୟବସାୟ ପାଇଁ ବ୍ୟାପକ ସୁଯୋଗ ଖୋଲିବ । ଏହି ଚୁକ୍ତିନାମା ବିଶ୍ୱ GDPର ପ୍ରାୟ ୨୫ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ପ୍ରାୟ ଏକ ତୃତୀୟାଂଶ ପ୍ରତିନିଧିତ୍ୱ କରେ।

ଏହି ଚୁକ୍ତି ଫଳରେ ଭାରତରେ କ’ଣ ଶସ୍ତା ହେବ : 
-ମର୍ସିଡିଜ, ବିଏମ୍ଡବ୍ଲୁ ଏବଂ ପୋର୍ଶେ ଭଳି ବିଳାସପୂର୍ଣ୍ଣ କାରର ମୂଲ୍ୟ ହ୍ରାସ ପାଇବ।
-୧୫,୦୦୦ ୟୁରୋ (୧୬.୩ ଲକ୍ଷ ଟଙ୍କା) ରୁ ଅଧିକ ମୂଲ୍ୟର କାରଗୁଡ଼ିକ ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ହେବ।
-ବିମାନ, ଇଲେକ୍ଟ୍ରୋନିକ ଉପକରଣ, ରାସାୟନିକ ପଦାର୍ଥ, ଉନ୍ନତ ଚିକିତ୍ସା ଉପକରଣ ଏବଂ ଧାତୁ ସ୍କ୍ରାପ ମଧ୍ୟ ଶସ୍ତା ହୋଇପାରେ।
-ଭାରତୀୟ ବଜାରରେ ୟୁରୋପୀୟ ମଦର ମୂଲ୍ୟ ହ୍ରାସ ପାଇପାରେ।
-ଆଇଟି, ଇଞ୍ଜିନିୟରିଂ, ଟେଲିକମ ଏବଂ ବ୍ୟବସାୟ ଭଳି ସେବା କ୍ଷେତ୍ରରେ ଭାରତୀୟମାନେ ସୁଯୋଗ ପାଇବେ।

ଏମକେ ଗ୍ଲୋବାଲର ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ FTA ଦ୍ୱାରା ୨୦୩୧ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୫୧ ବିଲିୟନ ଡଲାର (୪,୬୭,୯୨୫ କୋଟି ଟଙ୍କା) ବୃଦ୍ଧି ପାଇବାର ଆଶା କରାଯାଉଛି । ଏହା ଭାରତର ରପ୍ତାନି ମଧ୍ୟ ବୃଦ୍ଧି କରିବ ।

ଆର୍ଥିକ ବର୍ଷ ୩୧ ସୁଦ୍ଧା ଇୟୁ ସହିତ ଭାରତର ବାଣିଜ୍ୟ ବଳକା ୫୧ ବିଲିୟନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ FTA ଉପରେ ଆଲୋଚନା ପ୍ରାୟ ଏକ ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା, କିନ୍ତୁ ବର୍ଦ୍ଧିତ ବିଶ୍ୱ ବାଣିଜ୍ୟ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି, ଉଭୟ ଦେଶ ଏହାକୁ ତ୍ୱରାନ୍ୱିତ କରିଛନ୍ତି । ସ୍ବିଜରଲ୍ୟାଣ୍ଡରେ ଆୟୋଜିତ ଦାବୋସ ସମ୍ମିଳନୀରେ ଇୟୁ ଅଧ୍ୟକ୍ଷା ଉର୍ସୁଲା ୱାର୍ଣ୍ଣ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଲୁଇସ ସାଣ୍ଟୋସ ଭାରତ ସହ ଚୁକ୍ତି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । 

Tags: