କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି
Samaya Live News Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ବଢ଼ିଲା ଡିଏ । ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା । କେନ୍ଦ୍ର ବ୍ୟାବିନେଟ୍ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛି ।  ଉଭୟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ଜାନୁଆରୀ ୧, ୨୦୨୬ରୁ ଏହା କାର୍ଯ୍ୟକାରୀ ହେଉଥିବାରୁ କର୍ମଚାରୀମାନେ ପୂର୍ବ ତିନି ମାସର ବକେୟା ମଧ୍ୟ ପାଇବେ ।

ଖବର ମୁତାବକ, ବ୍ୟାବିନେଟ ମିଟିଂ ଡିଏରେ ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ଏହାପୂର୍ବରୁ ଅକ୍ଟୋବରରେ ଡିଏ ୫୫ ପ୍ରତିଶତ ବଢି ୫୮ପ୍ରତିଶତ ହୋଇଥିଲା । ପିଛିଲା ଗତ ଜୁଲାଇ ୨୦୨୫ରେ ଲାଗୁ ହୋଇଥିଲା । ଏହି ବୃଦ୍ଧି ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬.୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ସିଧାସଳଖ ଲାଭ ଦେବ ।

ସୂଚନାନୁସାରେ, ସରକାର ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇ ମାସରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ଉପରେ ମହଙ୍ଗା ଭତ୍ତା (DA)କୁ ବୃଦ୍ଧି କରନ୍ତି । ପେନସନଧାରୀଙ୍କ ଲାଗି ଏହି ଦରମା 'ଡିୟରନେସ୍ ରିଲିଫ' (DR) ଭାବେ ଦେଖାଯାଏ । ମହଙ୍ଗା ଭତ୍ତା ହେଉଛି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମୁଦ୍ରାସ୍ଫୀତି (ବଢୁଥିବା ଦରଦାମ)ର ମୁକାବିଲା ପାଇଁ ଦିଆଯାଉଥିବା ଅତିରିକ୍ତ ଦରମା ।

Tags: