ଇମ୍ରାନ୍ ଖାଁ ଗିରଫ ହେବା ନେଇ କହିଲେ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା
ଇସଲାମାବାଦ୍: ଜୁନ ୬: ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି । ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ ସଶସ୍ତ୍ର ଆକ୍ରମଣ ସମେତ ଇମ୍ରାନ୍ ଖାଁଙ୍କ ନାମରେ ଅନେକ ମାମଲା ରୁଜୁ କରାଯାଇଥିବା କଥା ରାନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଜାମିନ ଶେଷ ହେଲେ ପୂର୍ବତନ […]
ଇସଲାମାବାଦ୍: ଜୁନ ୬: ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି । ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ ସଶସ୍ତ୍ର ଆକ୍ରମଣ ସମେତ ଇମ୍ରାନ୍ ଖାଁଙ୍କ ନାମରେ ଅନେକ ମାମଲା ରୁଜୁ କରାଯାଇଥିବା କଥା ରାନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଜାମିନ ଶେଷ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାନି ଗାଲା ବାସଭବନ ବାହାରେ ଥିବା ନିରାପତ୍ତା ରକ୍ଷୀମାନେ ତାଙ୍କୁ ଗିରଫ କରିବେ । ବିରୋଧୀଙ୍କୁ ବିଶ୍ୱାସଘାତକ କହି ଜନସାଧାରଣଙ୍କୁ ମନ୍ଦ କାର୍ଯ୍ୟ ପାଇଁ ପ୍ରେରିତ କରୁଥିବା ଏବଂ ନୈତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ବ୍ୟକ୍ତିଜଣକ କିଭଳି ଗୋଟାଏ ରାଜନେତିକ ଦଳର ମୁଖ୍ୟ ହୋଇପାରିବ? ବୋଲି ରାନା କହିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ୫୦୦୦୦ ଟଙ୍କାର ମୁଚାଲିକାରେ ଜୁନ୍ ୨ ତାରିଖରେ ପେଶୱାର୍ ହାଇକୋର୍ଟ ଇମ୍ରାନ୍ ଖାଁଙ୍କୁ ୩ ସପ୍ତାହ ପାଇଁ ଟ୍ରାଞ୍ଜିଟ୍ ବେଲ୍ ମଞ୍ଜୁର କରିଛନ୍ତି । ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ୍ ଦାବି କରିଛି ଯେ, ପାକିସ୍ତାନ ତେରୀକ୍-ଏ-ଇନ୍ସାଫ୍ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ, ତାଙ୍କ ପତ୍ନୀ ବୁଶ୍ରା ବିବି ଏବଂ ତାଙ୍କ ବାନ୍ଧବୀ ଫାରା ଗୋଗି କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି ।




