ଭାରତର ପ୍ରଶଂସା ଗାଉଛନ୍ତି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ
ଇସ୍ଲାମାବାଦ: ଅପ୍ରେଲ ୦୨: ପାକିସ୍ତାନରେ ଇମ୍ରାନ ସରକାର ଏବେ ସଙ୍କଟାପର୍ଣ । କିନ୍ତୁ ଏହାରି ଭିତରେ ସେ କିଛି ବୁଦ୍ଧିମାନର କଥା କହିଛନ୍ତି । ସେ କହିଛନ୍ତି ଗୋଟିଏ ଦିନରେ ପାକିସ୍ତାନ ସହ ସ୍ୱାଧୀନ ହୋଇଥିଲେ ବି ହିନ୍ଦୁସ୍ତାନ ଆଜି କେଉଁଠୁ କେଉଁଠିକୁ ପହଞ୍ଚିଛି, ତାହା ଗଣମାଧ୍ୟମରେ ସମୀକ୍ଷା କରିଛନ୍ତି ଇମ୍ରାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଥମ ଥର ଏକ ଟେଲିଭିଜନ ସାକ୍ଷାତକାରରେ ଭାରତର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁସ୍ତାନର ବିଦେଶ […]
ଇସ୍ଲାମାବାଦ: ଅପ୍ରେଲ ୦୨: ପାକିସ୍ତାନରେ ଇମ୍ରାନ ସରକାର ଏବେ ସଙ୍କଟାପର୍ଣ । କିନ୍ତୁ ଏହାରି ଭିତରେ ସେ କିଛି ବୁଦ୍ଧିମାନର କଥା କହିଛନ୍ତି । ସେ କହିଛନ୍ତି ଗୋଟିଏ ଦିନରେ ପାକିସ୍ତାନ ସହ ସ୍ୱାଧୀନ ହୋଇଥିଲେ ବି ହିନ୍ଦୁସ୍ତାନ ଆଜି କେଉଁଠୁ କେଉଁଠିକୁ ପହଞ୍ଚିଛି, ତାହା ଗଣମାଧ୍ୟମରେ ସମୀକ୍ଷା କରିଛନ୍ତି ଇମ୍ରାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଥମ ଥର ଏକ ଟେଲିଭିଜନ ସାକ୍ଷାତକାରରେ ଭାରତର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁସ୍ତାନର ବିଦେଶ ନୀତି ସ୍ପଷ୍ଟ। ଏଣୁ ଆଜିର ଦିନରେ ଭାରତକୁ ଧମକେଇବାର ସାହାସ ବିଶ୍ୱରେ କାହାର ନାହିଁ। ଆମ ସହ ହିନ୍ଦୁସ୍ତାନ ମଧ୍ୟ ସ୍ୱାଧୀନ ହୋଇଥିଲା। ଦେଖନ୍ତୁ ୭୦ ବର୍ଷରେ ସେମାନେ କେଉଁଠି ଓ ଆମେ ଆଜି କେଉଁଠି। ସୋଭିଏତ ଋଷ ଓ ଆମରିକାର ଶୀତଳ ଯୁଦ୍ଧକାଳରେ ଭାରତର ସୋଭିଏତ ସମ୍ପର୍କ ସ୍ଥାପିତ ହୋଇଥିଲା। ସେମାନେ ନିଜେ ନିଜର ପକ୍ଷ ସ୍ପଷ୍ଟ କଲେ ସୋଭିୟତ ସହ ବି ସମ୍ପର୍କ ରହିଲା ଓ ଆମେରିକା ସମ୍ପର୍କ ବି ମଜଭୁତ କଲେ। ଆମର ବି ସୋଭିୟତ ସହ ନିକଟତା ଥିଲା ହେଲେ ଆମେ କେବଳ ସମସ୍ତଙ୍କ ସାଙ୍ଗରେ ରହିଲେ, ହେଲେ ଆମ ପ୍ରତି କାହାର ମଜଭୁତ ସମର୍ଥନ ନାହିଁ। ହିନ୍ଦୁସ୍ତାନର ବିଦେଶ ନୀତି ଯୋଗୁ ଦେଖନ୍ତୁ ତାଙ୍କ ଦେଶର ପାସପୋର୍ଟକୁ କିପରି ବିଶ୍ୱ ଇଜ୍ଜତ କରୁଛି । ଏଥିରେ ଆମ ପାସପୋର୍ଟର ଇଜ୍ଜତ କଣ ନିଜେ ଅନୁଭବ କରିପାରୁଥିବେ ବୋଲି ଇମ୍ରାନ କହିଛନ୍ତି । ତେବେ ଆମେ କରିଛେ କଣ ? ଯଦି ଆମେ ବିଶ୍ୱସ୍ଥ ହୋଇଥାନ୍ତେ ତେବେ ବିଶ୍ୱ ଆମର ବି ଇଜ୍ଜତ କରୁଥାନ୍ତା । ପାକିସ୍ତାନ ବିଦେଶ ନୀତିରେ ଋଷିଆ ସହ ବି ବନ୍ଧୁତା ରଖିବା ଦରକାର ଚୀନ୍, ଆମେରିକା, ୟୁରୋପ ଓ ବ୍ରିଟେନ ସହ ମଧ୍ୟ ସମ୍ପର୍କ ରହିବା ଦରକାର। ଏହି ବନ୍ଧୁତ୍ୱର ମଧ୍ୟ ଏକ ଲିମିଟ ରହିବା ଦରକାର ଯେପରି ଆମେ ଆପଣଙ୍କ ସହ କେବଳ ଶାନ୍ତିରେ ବନ୍ଧୁ ଝଗଡାରେ ନୁହେଁ। ୮୦ ଦଶକ ବେଳକୁ ଆମେ ବିଶ୍ୱରେ ଫ୍ରଣ୍ଟ ଲାଇନ୍ ଷ୍ଟେଟ୍ ଥିଲେ। ତେବେ ୯୦ ଦଶକ ବେଳକୁ ଆତଙ୍କବାଦ, ଡ୍ରଗ୍ସ ଓ ରିଫ୍ୟୁଜି ଦେଶକୁ ବରବାଦ କରିଦେଲେ। ଏଥିରୁ ଆମକୁ ମିଳିଲା କଣ? ତେବେ କିଛି ଡଲାର ପାଇଁ ଦେଶକୁ ବିକିଲେ କିଏ ବୋଲି ପ୍ରଶ୍ନ କରିଛନ୍ତି ଇମ୍ରାନ। କାଏଦେ-ଏ-ଆଜାମଙ୍କ ପରେ କେବଳ ଜଣେ ନେତା ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କର ବିଦେଶ ନୀତି ସ୍ପଷ୍ଟ ଥିଲା। ହେଲେ ଏ ଦେଶ ତାଙ୍କର କି ଅବସ୍ଥା କଲା ତାହା ସମସ୍ତେ ଜାଣନ୍ତି। ଭୁଟ୍ଟୋଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଫଜଲ୍ଲୁର ରହମାନଙ୍କ ପୁରୁଣା ପାର୍ଟି ଓ ନୱାଜ ସରିଫଙ୍କ ପାର୍ଟି ମିରଜାଫର ଓ ମୀର ସାଦିକ ଭୂମିକା ନିର୍ବାହ କରିଥିଲେ। ସେମାନେ ଆଜି ମଧ୍ୟ ପୁଣି ସେଇ କାମ ଦୋହରାଇବାକୁ ଯାଉଛନ୍ତି।ବାହାର ଲୋକଙ୍କ ଲାଗି ଆମ ଦେଶରେ ମିରଜାଫରଙ୍କ ଅଭାବ ନାହିଁ। ମରିୟମ ନୱାଜଙ୍କୁ ବିଦେଶନୀତି ଜଣା ନାହିଁ। ପୂର୍ବରୁ ଷଡ଼ଯନ୍ତ୍ରର ସୂରାଗ ମୋତେ ମିଳିସାରିଥିଲା। ମରିୟମ ଅନ୍ୟ ଦେଶଙ୍କ ସହିତ ହାତ ମିଳାଇଛନ୍ତି। ଗତ ୫ରୁ ୬ ମାସ ହେଲା ଏହି ମିଳିତ ରଣନୀତିର ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି କହିଛନ୍ତି ଇମ୍ରାନ। ହେଲେ ସେମାନଙ୍କ ଷଡ଼ଯନ୍ତ୍ର ଏଥର ସଫଳ ହେବାକୁ ଦିଆଯିବନି ବୋଲି ସିଧାସିଧା କହିଛନ୍ତି ଇମ୍ରାନ।




