ହେଜବୋଲ୍ଲା ମୁଖ୍ୟ ସଂଚାଳକ ନିପାତ 

 ହେଜବୋଲ୍ଲା ମୁଖ୍ୟ ସଂଚାଳକ ନିପାତ 

ତେଲ୍‌ ଅଭିଭ୍‌: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ରବିବାର ଏକ ବିବୃତି ଜାରି କରି କହିଛି ଯେ ବେରୁତ୍‌ର ଦକ୍ଷିଣ ଉପକଣ୍ଠରେ କରାଯାଇଥିବା ଏକ ସ୍ବତନ୍ତ୍ର ଅପରେସନରେ ହେଜବୋଲ୍ଲାର ଅନ୍ୟତମ ମୁଖ୍ୟ ସଂଚାଳକ ତଥା ଏହାର ସଦସ୍ୟ ପରିଚାଳନା ସଂଗଠନର ମୁଖ୍ୟ ଅଲି ତବାତାବାଇ ନିପାତ ହୋଇଛି। ଏହି ଆକ୍ରମଣ ଦହିହ ଜିଲ୍ଲାର ଏକ ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାରେ ହୋଇଥିଲା ଏବଂ ଏକ ପ୍ରଚଣ୍ଡ ବିସ୍ଫୋରଣରେ ତବତାବାଇ ଲୁଚିଥିବା କୋଠାଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା। ତବାତାବାଇ ଲେବାନନ୍‌ ଓ ସିରିଆରେ ଆତଙ୍କୀ ସଂଗଠନର ଅପରେସନ ତଦାରଖ କରିବା ଏବଂ ଦଶନ୍ଧି ଧରି ଗୋଷ୍ଠୀର ସାମରିକ କ୍ଷମତାକୁ ବିସ୍ତାର କରିବାରେ ନିୟୋଜିତ ଥିଲା। ଏହା ଆଇଡିଏଫ୍‌ ପାଇଁ ଏକ ବଡ଼ ସଫଳତା। 

Read More ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ

Related Posts