ଟ୍ବେଣ୍ଟି-୨୦ : ବାଂଲାଦେଶ ବଦଳରେ ବିକଳ୍ପ ଦଳ ଘୋଷଣା କରିପାରେ ଆଇସିସି

ଟ୍ବେଣ୍ଟି-୨୦ :  ବାଂଲାଦେଶ ବଦଳରେ ବିକଳ୍ପ ଦଳ ଘୋଷଣା କରିପାରେ ଆଇସିସି
Samaya Live Desk Picture
Published On

ଢାକା:  ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଂଶଗ୍ରହଣ ସମ୍ପର୍କିତ ନିଷ୍ପତ୍ତି ନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଧାର୍ଯ୍ୟ ସମୟସୀମା ଶେଷ ହୋଇଯାଇଥିଲେ ମଧ୍ୟ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ନିଷ୍ପତ୍ତି ସଂପର୍କରେ ବାଂଲାଦେଶ ଏବେ ବି ଆଇସିସିକୁ କୌଣସି ଔପଚାରିକ ସୂଚନା ପ୍ରଦାନ କରିନାହିଁ। ଏହା ଫଳରେ ଆଇସିସି ବାଧ୍ୟ ହୋଇ ଏବେ ବିଶ୍ବକପ୍‌ରେ ବାଂଲାଦେଶର ବିକଳ୍ପ ଦଳ କଥା ଚିନ୍ତା କରିବା ଆରମ୍ଭ କରିଛି। ଖୁବଶୀଘ୍ର ଆଇସିସି ନେଇ ଘୋଷଣା କରିବାର ସମ୍ଭାବନା ରହିଛି। ଆଇସିସି ସୂତ୍ର ଅନୁସାରେ ଧାର୍ଯ୍ୟ ସମୟରେ ବିସିବି କୌଣସି ଔପଚାରିକ ନିଷ୍ପତ୍ତି ଜଣାଇବାରେ ବିଫଳ ହୋଇଛି। ଏହା ପରେ ବିକଳ୍ପ ଦଳ ଘୋଷଣା କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ବାଂଲାଦେଶ ଓହରିବା ପରେ ତା ସ୍ଥାନରେ ସ୍କଟଲାଣ୍ଡକୁ ବିଶ୍ବକପ୍ ଖେଳିବାର ସୁଯୋଗ ମିଳିପାରେ। ତେବେ ନେଇ ଆଇସିସିର ଔପଚାରିକ ଘୋଷଣା ପରେ ସ୍ଥିତି ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି ସ୍କଟଲାଣ୍ଡ କ୍ରିକେଟ୍ ବୋର୍ଡ (କ୍ରିକେଟ୍ ସ୍କଟଲାଣ୍ଡ) ଏହାର ଯୋଗାଯୋଗ ମୁଖ୍ୟ ଚାର୍ଲସ୍ ପିଟରସନ କହିଛନ୍ତି ଯେ ଏବେ ଏହି ପ୍ରସଙ୍ଗ ଜାରି ରହିଥିବାରୁ କୌଣସି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ପରିସ୍ଥିତି ବଦଳିଲେ ବୋର୍ଡ ଏକ ଔପଚାରିକ ସୂଚନା ପ୍ରଦାନ କରିବ।

 

Tags: