କାନାଡ଼ାରେ ଚିକିତ୍ସା ପାଇଁ ୮ ଘଣ୍ଟା ଅପେକ୍ଷା ପରେ ପ୍ରାଣ ହାରିଲେ ଭାରତୀୟ

କାନାଡ଼ାରେ ଚିକିତ୍ସା ପାଇଁ ୮ ଘଣ୍ଟା ଅପେକ୍ଷା ପରେ ପ୍ରାଣ ହାରିଲେ ଭାରତୀୟ

ନୂଆଦିଲ୍ଲୀ: କାନାଡାର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ପ୍ରାୟ ୮ ଘଣ୍ଟା ଅପେକ୍ଷା କରିଥିବା ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି।  ମୃତକଙ୍କ ନାମ ପ୍ରଶାନ୍ତ ଶ୍ରୀକୁମାର ବୟସ ୪୪ବର୍ଷ  ମୃତ ପ୍ରଶାନ୍ତ ଶ୍ରୀକୁମାରଙ୍କ ପରିବାରଲୋକ ଅଭିଯୋଗ କରି କହିଛନ୍ତି, ‘ଛାତିରେ ଯନ୍ତ୍ରଣା ପରେ ଶ୍ରୀକୁମାରଙ୍କୁ ଚିକିତ୍ସା ପାଇଁ ଦକ୍ଷିଣ-ପୂର୍ବ ଏଡମୋଣ୍ଟନର ଗ୍ରେ ନନ୍ସ କମ୍ୟୁନିଟି ହସ୍ପିଟାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପାଇଁ ଥିବା ପ୍ରତୀକ୍ଷା ଗୃହରେ ବସିବାକୁ କୁହାଯାଇଥିଲା। ଏହି ସମୟରେ ପୁଅ ଅତି ବିକଳ ହୋଇ ତାର ବାପାଙ୍କୁ କହୁଥିଲା, ‘ବାପା ମୁଁ ଯନ୍ତ୍ରଣା ସହ୍ୟ କରିପାରୁନାହିଁ। ଡାକ୍ତରଙ୍କୁ କହି ମୋର ଚିକିତ୍ସା ଆରମ୍ଭ କରାଅ। ବ୍ୟସ୍ତବିବ୍ରତ ଲାଗୁଛି। ନିଶ୍ବାସ ନେଇ ହେଉନାହିଁ। କିଛି ବି କର ବାପା ମୋତେ ବଞ୍ଚାଇ ଦିଅ। ଜୀବନ ଛାଡ଼ିଗଲା ଭଳି ଲାଗୁଛି। ଘଣ୍ଟାଘଣ୍ଟା ଅପେକ୍ଷା ପରେ ହସ୍ପିଟାଲ କର୍ମଚାରୀମାନେ ଶ୍ରୀକୁମାରଙ୍କ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ଇସିଜି) କରିଥିଲେ। ଏହାପରେ କୁହାଯାଇଥିଲା ବ୍ୟସ୍ତ ହେବାର କିଛି କାରଣ ନାହିଁ। ସବୁ କିଛି ଠିକ୍ ଅଛି। ଶ୍ରୀକୁମାରଙ୍କ ଯନ୍ତ୍ରଣାକୁ ଦେଖି ନର୍ସମାନେ ଏକ ଯନ୍ତ୍ରଣାଲାଘବକାରୀ ବଟିକା ଖାଇବାକୁ   ଦେଇଥିଲେ। କିଛି ସମୟ ପରେ ପୁଅର ରକ୍ତଚାପ ବୃଦ୍ଧି ପାଇବା ଦେଖି ଚିକିତ୍ସା ପାଇଁ ଡକାଗଲା। ପୁଅ ସେଠାରେ ୧୦ ମିନିଟ ବସିବା ପରେ ଛାତିରେ ହାତ ରଖି ଚଟାଣରେ ଟଳି ପଡ଼ିଥିଲା। ନର୍ସ ଡାକ୍ତରମାନେ ତାକୁ ସେଠାରୁ ଉଠାଇ ବେଡରେ ଶୁଆଇ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର ୨ କୋଟିରୁ ଅଧିକ ରାସନ କାର୍ଡଧାରୀଙ୍କ ପାଇଁ ଷ୍ଟାଲିନଙ୍କ ୩,୦୦୦ ଟଙ୍କାର ପୋଙ୍ଗଲ ଉପହାର

Tags: