ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ , ୨୦ମୃତ

ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ , ୨୦ମୃତ
Samaya Live News Picture
Published On

ନୂଆଦିଲ୍ଲୀ : ରାଜଧାନୀର ଏକ ରେସ୍ତୋରାଁରେ ନିଆଁ ଲାଗି ୨୦ ଜଣଙ୍କ ଜୀବନହାନୀ ଘଟିଥିବା ସୂଚନା ମିଳିଛି । ବୁଧବାର ସକାଳ ୮.୫୦ରେ  ନୂଆଦିଲ୍ଲୀ ର ମାଲବ୍ୟ ନଗରର ଏହି ଅଘଟଣ ଘଟିଛି। ଏମାନଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ମଧ୍ୟ ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୩୭ଜଣଙ୍କୁ ଉଦ୍ଧର କରାଯାଇଛି । ୧୦ରୁ ଅଧିକ ଦମକଳ ବାହିନୀ ପହଂଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡରେ ରେସ୍ତୋରାଁଟି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ସୂଚନାନୁସାରେ, ଆଜି ସକାଳେ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଥିବା ୫ ତାଲା ବିଶିଷ୍ଟ ଲେମନ୍ ଗ୍ରୀନ୍ ନାମକ ହୋଟଲ/ ରେଷ୍ଟୁରାଣ୍ଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ୧୦ଟି ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲା। ଶୀଘ୍ର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଗାଡ଼ି ଉପସ୍ଥିତ ଅଛି। ଏହି ଅଗ୍ନିକାଣ୍ଡ ଯୋଗୁଁଁ ଏପର୍ଯ୍ୟନ୍ତ ୨୦ରୁ ଅଧିକ ମୃତ୍ୟୁ ଘଟିଛି ଏବଂ ୩୭ ରୁ ଅଧିକ ଆହତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୌଣସି ବୈଦ୍ୟୁତିକ ଉପକରଣରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ,ହୋଟେଲ ନିକଟରେ ଥିବା ଏକ ହସ୍ପିଟାଲ କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବହୁ ଲୋକ ଆସି ଏହି ହୋଟେଲରେ ରହୁଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ ନାଗରିକ ଥିବା କୁହାଯାଉଛି । 

 

Tags: