ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ,ଜଣେ ଯାତ୍ରୀ ଜୀବନ୍ତ ଦଗ୍ଧ

ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ,ଜଣେ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ : ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ  ଭୟାବହ ଅଗ୍ନିକାଣ୍ଡ । ଜଣେ ୭୦ ବର୍ଷୀୟ ବୃଦ୍ଧ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ଇଲାମାଞ୍ଚିଲି ଷ୍ଟେସନରେ ଘଟିଛି ଅଘଟଣ । ଏକ୍ସପ୍ରେସ୍‌ ଟ୍ରେନ ଟି ଝାଡ଼ଖଣ୍ଡରୁ କେରଳ ଯାଉଥିଲା । ପାଣ୍ଟ୍ରି କାର ନିକଟରେ ଏକ୍ସପ୍ରେସ୍‌ ର ଦୁଇଟି ଏସି ବଗି M1 ଓ B2 ରେ ନିଆଁ ଲାଗିଯାଇଥିଲା । ପ୍ରଥମେ ଧୂଆଁ ବାହାରିବା ଦେଖି ଡ୍ରାଇଭର ହଠାତ ଟ୍ରେନକୁ ଅଟକାଇଥିଲେ ଏହି ସମୟରେ ଅନେକ ଯାତ୍ରୀ ବାହାରି ଯିବାରେ ସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ୬୬ ଆସନରେ ବିଜେପି-ଶି‌ବସେନା ନିର୍ଦ୍ବନ୍ଦ୍ବରେ ବିଜୟୀ

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟାଟାନଗରରୁ ବିଶାଖାପାଟଣା ଜିଲ୍ଲା ଦେଇ ଏର୍ଣ୍ଣାକୁଲମ ଯାଉଥିବା ଟ୍ରେନ୍ ଟି ଡୁଭୱାଡା ଅତିକ୍ରମ କରିବା ପରେ ରାତି ପ୍ରାୟ ୧.୩୦ ସମୟରେ ନିଆଁ ଲାଗିଯାଇଥିଲା। ଦୁଇଟି ଏସି କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି। ରେଳବାଇ ପୁଲିସ୍‌ ଅଧିକାରୀଙ୍କ କହିବା ମୁତାବକ ଘଟଣାଟି ପ୍ରଥମେ ୟେଲାମାଞ୍ଚିଲି ନିକଟସ୍ଥ ଏକ ରେଳ ପଏଣ୍ଟ ନିକଟରେ ଲୋକୋ ପାଇଲଟମାନେ ଦେଖିଥିଲେ। ଯାହା ପରେ ଟ୍ରେନ୍‌କୁ ତୁରନ୍ତ ଷ୍ଟେସନ୍‌ରେ ଅଟକାଇ ଦିଆଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚିବା ପୂର୍ବରୁ ଏସି କୋଚ୍ ସମ୍ପୂର୍ଣ୍ଣ ଜଳିଯାଇଥିଲା । ନିଆଁ ଲାଗିବା ଯୋଗୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ ।  ଟ୍ରେନ୍ ତଳକୁ ଓହ୍ଲାଇପଡ଼ିଥିଲେ । ଅଗ୍ନିକାଣ୍ଡରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।  ଘଟଣାସ୍ଥଳରେ ଫୋରେନସିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଏକ୍ସପ୍ରେସ୍‌ ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। 

ସମ୍ବନ୍ଧିତ ଖବର ମହାରାଷ୍ଟ୍ରରେ ମହାମେଣ୍ଟ

Tags: