ହିମାଚଳ ପ୍ରଦେଶ : ଖାଇକୁ ଟୁରିଷ୍ଟ ବସ ଓଲଟି ୭ ମୃତ,୧୦ ଆହତ

ହିମାଚଳପ୍ରଦେଶ :କୁଲୁରେ ଘଟିଯାଇଛି ଏକ ଭୟଙ୍କର ଟୁରିଷ୍ଟ ବସ ଦୁର୍ଘଟଣା I ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍ ବସ୍ କୁଲୁରେ ଏକ ଘାଟିରେ ଗଳି ପଡି଼ବାଯୋଗୁଁ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହିତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି I ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି I ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁଲୁ ଏସପି ଗୁରୁଦେବ ସିଂଙ୍କ ଅନୁଯାୟୀ, ଗତକାଲି ରାତି ପ୍ରାୟ […]

Samaya Live Picture
Published On

ହିମାଚଳପ୍ରଦେଶ :କୁଲୁରେ ଘଟିଯାଇଛି ଏକ ଭୟଙ୍କର ଟୁରିଷ୍ଟ ବସ ଦୁର୍ଘଟଣା I ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍ ବସ୍ କୁଲୁରେ ଏକ ଘାଟିରେ ଗଳି ପଡି଼ବାଯୋଗୁଁ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହିତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି I ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି I ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁଲୁ ଏସପି ଗୁରୁଦେବ ସିଂଙ୍କ ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ ଟାରୁ ସାଢେ ୩ ଟା ସମୟରେ ହିମାଚଳ ପ୍ରଦେଶର କୁଲୁ ସ୍ଥିତ ବଞ୍ଜାର ଉପତ୍ୟକାର ଘିଆଗି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣାରେ ଗୁରୁତର ଆହତ ୧୦ ଜଣଙ୍କୁ କୁଲ୍ଲୁର ଜୋନାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କିଛି ଗୁରୁତରଙ୍କୁ ବଞ୍ଜାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

କୁଲୁ ଜିଲ୍ଲା ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଟ୍ରାଭେଲର୍ ବସରେ ଡ୍ରାଇଭର ସମେତ ୧୭ ଜଣ ଯାତ୍ରୀ ଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ଚିକିତ୍ସିତ ହେଉଛନ୍ତି। ସୂଚନା ପାଇବା ପରେ ପୋଲିସ,ହୋମଗାର୍ଡ ଏବଂ ସ୍ଥାନୀୟ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ବିଜେପି ବିଜେପି ବିଧାୟକ ସୁରେନ୍ଦ୍ର ଶୈଳୀ ଫେସବୁକ ଲାଇଭରେ ଦୁର୍ଘଟଣା ସଂପର୍କରେ ପ୍ରଥମେ ସୂଚନା ଦେଇଥିଲେ । ମୃତାହତମାନେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା ଓ ଦିଲ୍ଲୀର ହୋଇଥିବା ସୂଚନା ମିଳିଛି। ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ ଅଞ୍ଚଳରେ ଅନ୍ଧାର ସତ୍ତ୍ୱେ ମଧ୍ୟ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପଟେ ଧର୍ମଶାଳା ଏସଡିଏମ କହିଛନ୍ତି ଯେ ପୂର୍ବରୁ ରବିବାର ଦିନ ପ୍ରବଳ ବର୍ଷା ହେତୁ ତ୍ରିଉଣ୍ଡ ହିଲ ଷ୍ଟେସନରେ ଫସି ରହିଥିବା ମୋଟ ୮୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା।