ଦକ୍ଷିଣ ଭାରତରେ ପ୍ରବଳ ବର୍ଷା: କେରଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି
ତାମିଲନଡ଼ୁ: ନଭେମ୍ବର ୧୩ : ଲଗାତାର କିଛି ଦିନ ଧରି ତାମିଲନାଡୁରେ ପ୍ରବଳ ବର୍ଷା ହେଉଛି । ତେବେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ୧୯ଟି ଜିଲ୍ଲାକୁ ସତର୍କ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- କନ୍ୟାକୁମାରୀ, ଭେଲୋର, ରାଣୀପେଟ, ତିରୁପାଟୁର, ଧର୍ମପୁର, ତିରୁଭନ୍ନମଲାଇ, କାଲାକୁରିଚି, ନମକାଲ, କାରୁର, ଡିଙ୍ଗିଗୁଲ, ସଲେମ, ନୀଳଗିରି, କୋଇମ୍ବାଟୁର, ଥେନୀ, ପେରାମ୍ବାଲୁର, ତିରୁଚିରାପଲି, ମଦୁରାଇ, ଭିରୁଧୁଗର ଏବଂ ଥେନକାସି । ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର […]
ତାମିଲନଡ଼ୁ: ନଭେମ୍ବର ୧୩ : ଲଗାତାର କିଛି ଦିନ ଧରି ତାମିଲନାଡୁରେ ପ୍ରବଳ ବର୍ଷା ହେଉଛି । ତେବେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ୧୯ଟି ଜିଲ୍ଲାକୁ ସତର୍କ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- କନ୍ୟାକୁମାରୀ, ଭେଲୋର, ରାଣୀପେଟ, ତିରୁପାଟୁର, ଧର୍ମପୁର, ତିରୁଭନ୍ନମଲାଇ, କାଲାକୁରିଚି, ନମକାଲ, କାରୁର, ଡିଙ୍ଗିଗୁଲ, ସଲେମ, ନୀଳଗିରି, କୋଇମ୍ବାଟୁର, ଥେନୀ, ପେରାମ୍ବାଲୁର, ତିରୁଚିରାପଲି, ମଦୁରାଇ, ଭିରୁଧୁଗର ଏବଂ ଥେନକାସି । ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି କେରଳରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଛି । ଭାରତ ପାଣିପାଗ ବିଭାଗ କେରଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଯେଉଁଥିରେ ଆଜି ୬ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସତର୍କବାଣୀ ଶୁଣାଇ ଦିଆଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- ଥିରୁବନନ୍ତପୁରମ୍, କୋଲାମ, ପଠାନାମଥିଟା, ଆଲାପୁଜା, କୋଟାୟାମ ଏବଂ ଇଡୁକି । ସେହିପରି ଅନ୍ୟ ୫ଟି ଜିଲ୍ଲାମାନଙ୍କରେ ଦୁଇ ଦିନ ପାଇଁ ମଧ୍ୟ ସମାନ ସତର୍କ ସୂଚନା ଜାରି କରାଯାଇଛି । ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଉପକୂଳ ତାମିଲନାଡୁ , ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର କିଛି ଅଂଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଆସନ୍ତାକାଲି କେରଳର ଇଡୁକି ଜିଲ୍ଲାର ଚେରୁଥାନି ଡ୍ୟାମର ଗେଟ୍ ଖୋଲାଯାଇପାରେ ବୋଲି ସୂଚନା ମିଳିଛି । ତେବେ କେରଳର ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ବର ୧୫ ଯାଏଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ଏହାର ସଲଗ୍ନ ସ୍ଥାନମାନଙ୍କରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ, ଥାଇଲ୍ୟାଣ୍ଡ ଗଲ୍ଫ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ଅବସ୍ଥିତ ରହିଛି । ଏହି ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡକୁ ଗତି କରୁଛି । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏହା ଉତ୍ପନ୍ନ ହେବାର ସମ୍ଭାବନା ଅଛି । ପ୍ରବଳ ବର୍ଷା ହେଉଥିବା ସ୍ଥାନର ପ୍ରଭାବିତ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ପ୍ରଶାସନ ଶୀଘ୍ର ପଦକ୍ଷେପ ନେଉଛି । ବର୍ଷା ଯୋଗୁଁ ବିସ୍ଥାପିତ ପରିବାରକୁ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ଚିକିତ୍ସାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।




