ୟୁନୁସଙ୍କ ବିରୋଧରେ ହସିନାଙ୍କ ଦଳର ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ

 ୟୁନୁସଙ୍କ ବିରୋଧରେ ହସିନାଙ୍କ ଦଳର ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ
Samaya Live Desk Picture
Published On

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ) ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାପରେ ଏହାକୁ ବିରୋଧ କରି ହସିନାଙ୍କ ଦଳ ବାଂଲାଦେଶ ଆୱାମୀ ଲିଗ୍‌ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ବାଂଲାଦେଶର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କ ଇସ୍ତଫା ଦାବି କରି ହସିନାଙ୍କ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଚାଲିବ। ଆଇସିଟି ରାୟକୁ ବାଂଲାଦେଶ ଆୱାମୀ ଲିଗ୍‌ ବେଆଇନ କହିଛି।। ଦଳ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍‌ କରି ୟୁନୁସଙ୍କୁ ବେଆଇନ ଓ ଏକଛତ୍ରବାଦୀ କୁହାଯାଇଛି ଏବଂ ଆଇସିଟି ରାୟକୁ ମଧ୍ୟ ବେଆଇନ କୁହାଯାଇଛି।