ଜମ୍ମୁ ବାଳସୁଦ୍ଧାର ଗୃହରୁ ଫେରାର୍‌ ୨ ପାକିସ୍ତାନୀ ନାଗରିକ ଅମ୍ବାଲାରୁ ଗିରଫ

ଜମ୍ମୁ ବାଳସୁଦ୍ଧାର ଗୃହରୁ ଫେରାର୍‌ ୨ ପାକିସ୍ତାନୀ ନାଗରିକ ଅମ୍ବାଲାରୁ ଗିରଫ

ଜମ୍ମୁ:  ଜମ୍ମୁର ଏକ ସୀମାନ୍ତ ଗାଁର ଜୁଭେନାଇଲ ହୋମ୍‌ (ବାଳ ସୁଧାର ଗୃହ)ରୁ ଜଣେ ସ୍ଥାନୀୟ ଗ୍ୟାଙ୍ଗଷ୍ଟରଙ୍କ ସହ ଦୁଇଜଣ ପାକିସ୍ତାନୀ ନାଗରିକ ଫେରାର୍‌ ହୋଇଯାଇଥିଲେ। ତେବେ ସେମା‌‌ନେ ଫେରାର୍‌ ହେବାର ୨୦ ଘଣ୍ଟା ନପୁରୁଣୁ ହରିୟାଣାର ଅମ୍ବାଲା ରେଳ ଷ୍ଟେସନ ନିକଟରେ ଦୁଇ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ଟ୍ରେନ୍‌ ଯୋଗେ ନେପାଳ ଅଭିମୁଖେ ଯାତ୍ରା କରିବାକୁ ସେଠାରେ ପହଞ୍ଚି ଥିଲେ। ଫେରାର୍‌ ଘଟଣାର ମାଷ୍ଟର ମାଇଣ୍ଡ ସ୍ଥାନୀୟ ଗ୍ୟାଙ୍ଗଷ୍ଟର କରାଜିତ ସିଂହ ଓରଫ ଗୁଗା ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ପୁଲିସ ତାକୁ ଧରିବାକୁ ପ୍ରୟାସ ଚଳାଇଛି। କରାଜିତ ସିଂହ ଆର୍‌ଏସ୍‌ପୁରାର ବାସିନ୍ଦା। କରାଜିତ ସହିତ ପାକିସ୍ତାନ ନାଗରିକ ମହମ୍ମଦ ସୁନା-ଉଲ୍ଲା (୨୦) ଓ ଏହସାନ ଅନୱର (୨୧) ସୋମବାର ଅପରାହ୍ଣ ୫ଟାରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାରେ ଦୁଇ ଜଣ ପୁଲିସ ଆହତ ହୋଇଥିଲେ। ଆରଏସ୍‌ପୁରା ସେକ୍ଟରରେ ଥିବା ବାଳ ସୁଦ୍ଧାର କେନ୍ଦ୍ରରୁ ତିନି ଜଣ କଏଦୀଙ୍କ ପଳାୟନ ପରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଛଅ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଦୁଇ ପାକିସ୍ତାନ ନାଗରିକଙ୍କୁ ଅମ୍ବାଲା ରେଲୱେ ଷ୍ଟେସନ ନିକଟରେ ପୁଲିସ ଧରିବା ପରେ ଜମ୍ମୁ-କାଶ୍ମୀର ପୁଲିସକୁ ହସ୍ତାନ୍ତର କରିଥିଲେ।  

ସମ୍ବନ୍ଧିତ ଖବର ନିଖୋଜ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ମିଳିଲା

Tags: