ବିଜୟର ସଙ୍ଗୀତ ଗାନ କରି ଘରକୁ ପ୍ରତ୍ୟାବର୍ତ୍ତନ କଲେ ଆନ୍ଦୋଳନରତ ଚାଷୀ

ଦିଲ୍ଲୀ : ଡିସେମ୍ବର ୧୧: ଦୀର୍ଘ ୩୮୦ ଦିନ ପରେ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନରତ ଚାଷୀ ଶେଷରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାଙ୍ଗରେ ବିଜୟ ସଙ୍ଗୀତ ସହ ନିଜ ଆନ୍ଦୋଳନର ସଫଳତାର ଆଶାକୁ ନେଇ ରଙ୍ଗୀନ ଆଲୋକ ଓ ଜରିରେ ସଜିତ ଟ୍ରାକ୍‌ଟରେ ଯାଇଛନ୍ତି । ଆଜି ପଞ୍ଜାବ ଏବଂ ହରିୟାଣାର ଚାଷୀ ଦିଲ୍ଲୀର ସିଙ୍ଘୁ , କୋଣ୍ଡଳି, ଟିକ୍ରି ଏବଂ ଗାଜିପୁର ସୀମାନ୍ତରୁ ନିଜ ନିଜ ଗ୍ରମାକୁ ଫେରିବା ଆରମ୍ଭ କରିଛନ୍ତି । ଏହି […]

Samaya Live Picture
Published On

ଦିଲ୍ଲୀ : ଡିସେମ୍ବର ୧୧: ଦୀର୍ଘ ୩୮୦ ଦିନ ପରେ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନରତ ଚାଷୀ ଶେଷରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାଙ୍ଗରେ ବିଜୟ ସଙ୍ଗୀତ ସହ ନିଜ ଆନ୍ଦୋଳନର ସଫଳତାର ଆଶାକୁ ନେଇ ରଙ୍ଗୀନ ଆଲୋକ ଓ ଜରିରେ ସଜିତ ଟ୍ରାକ୍‌ଟରେ ଯାଇଛନ୍ତି । ଆଜି ପଞ୍ଜାବ ଏବଂ ହରିୟାଣାର ଚାଷୀ ଦିଲ୍ଲୀର ସିଙ୍ଘୁ , କୋଣ୍ଡଳି, ଟିକ୍ରି ଏବଂ ଗାଜିପୁର ସୀମାନ୍ତରୁ ନିଜ ନିଜ ଗ୍ରମାକୁ ଫେରିବା ଆରମ୍ଭ କରିଛନ୍ତି ।
ବିଜୟର ସଙ୍ଗୀତ ଗାନ କରି ଘରକୁ ପ୍ରତ୍ୟାବର୍ତ୍ତନ କଲେ ଆନ୍ଦୋଳନରତ ଚାଷୀ

ଏହି ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ପ୍ରାୟ ୩ରୁ ୪ ଦିନ ଲାଗିପାରେ । ସେମାନଙ୍କ ଯିବା ପରେ ପୋଲିସ କର୍ମଚରୀମାନେ ମଧ୍ୟ ନିଜ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଆନ୍ଦୋଳନ ସ୍ଥାନରୁ ସେମାନେ ବାରିକେଡ୍‌ ହଟାଇବାକୁ ବ୍ୟବସ୍ଥା କରୁଛନ୍ତି ।
ବିଜୟର ସଙ୍ଗୀତ ଗାନ କରି ଘରକୁ ପ୍ରତ୍ୟାବର୍ତ୍ତନ କଲେ ଆନ୍ଦୋଳନରତ ଚାଷୀ

ଆଜି ସକାଳେ ଭାରତୀୟ କିଷାନ୍‌ ୟୁନିୟନ୍‌ର ନେତା ରାକେଶ ଟିକାୟତ ଗାଜିପୁର ସୀମାନ୍ତରେ ପତାକା ଦେଖାଇ ପ୍ରଥମ ଛେକ କୃଷକମାନଙ୍କ ଘର ପ୍ରତ୍ୟାବର୍ତ୍ତନ ଶୁଭାରମ୍ଭ କରିଥିଲେ । ଏହି ପ୍ରଥମ କୃଷକ ଦଳ ଉତ୍ତର ପ୍ରଦେଶର ବିଜନୋର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା କରିଛନ୍ତି । ଯିବା ସ୍ଥାନମାନଙ୍କରେ ଯେପରି ଟ୍ରାଫିକ୍‌ ଜାମ୍‌ ନହେଉ ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତିବାଦସ୍ଥଳରେ ଶିଡ଼ି, ପାଲ, ଖୁଣ୍ଟ ଏବଂ ଦଉଡ଼ି ଆଦି ସାମଗ୍ରୀ ଏଣେତେଣେ ପଡ଼ିରହିଛି ।
ବିଜୟର ସଙ୍ଗୀତ ଗାନ କରି ଘରକୁ ପ୍ରତ୍ୟାବର୍ତ୍ତନ କଲେ ଆନ୍ଦୋଳନରତ ଚାଷୀ
କମ୍ବଳ, ମସିଣା, ଖଟିଆ, ଚୌକି ଆଦି ସବୁ ଆବଶ୍ୟକୀୟ ସାମଗ୍ରୀ ଚାଷୀମାନେ ରାସ୍ତାପାର୍ଶ୍ୱରେ ସଜାଡ଼ି ରଖିବା ସହତ ଅନ୍ୟ କେତେକ ନିତ୍ୟାବ୍ୟକ ସାମଗ୍ରୀକୁ ନିକଟସ୍ଥ ଅଞ୍ଚଳର ଗରିବ ଲୋକମାନଙ୍କୁ ଦାନ କରିଦେଇଛନ୍ତି ।