Delhi headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବାୟୁର ପ୍ରଦୂଷଣ ନକମିବା ଯାଏଁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ
Published On
By Samaya Live
ଦିଲ୍ଲୀ: ବାୟୁର ମାନ ଉନ୍ନତ ନହେବା ଯାଏଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ନ୍ୟାସ୍ନାଲ କମିସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ (ଏନ୍ସିପିସିଆର୍) ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀ ସରକାର ବାୟୁର ମାନରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ଲାଗି ଏନ୍ସିପିସିଆର୍୍ଙ୍କୁ ଅନୁରୋଧ କରିଥିଲା । ଏହାପରେ ଏନ୍ସିପିସିଆର୍୍ ବିଦ୍ୟାଳୟ ଯାଉଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷିତ ବାୟୁ ପ୍ରଭାବ ସମୀକ୍ଷା କରିଛି । ରିପୋର୍ଟ ଅନୁସାରେ, […]
ରାଜଧାନୀରେ ଦେଖାଯାଇପାରେ ବିଦୁ୍ୟତ ସଙ୍କଟ: ବିସିଲା ଉଚ୍ଚସ୍ତରୀୟ ବୈଠକ
Published On
By Samaya Live
ନୂଆଦିଲ୍ଲୀ: ଏପ୍ରିଲ ୨୯: କୋଇଲା ସଙ୍କଟ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦୁ୍ୟତ ସଙ୍କଟ ଉପୁଜିପାରେ ବୋଲି ଆଜି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସତର୍କ କରାଇଛନ୍ତି । ବିଦୁ୍ୟତ କାଟ ଯୋଗୁଁ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏପରିକି ମେଟ୍ରୋ ଏବଂ ହସ୍ପିଟାଲଗୁଡ଼ିକରେ ମଧ୍ୟ ବିଦୁ୍ୟତ କାଟ ସମସ୍ୟା ହୋଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ […]
ତିହାର ଜେଲ୍ରେ ହିଂସା: ୧୫ କଏଦୀ ଗୁରୁତର ଆହତ
Published On
By Samaya Live
ଦିଲ୍ଲୀ: ଏପ୍ରିଲ ୨୨: ଦିଲ୍ଲୀର ତିହାର ଜେଲରେ ପୁଣି ହିଂସାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜେଲ୍ରେ ଥିବା ୮ ଏବଂ ୯ ନମ୍ବର କୋଠରୀରେ ଥିବା କଏଦୀଙ୍କ ମଧ୍ୟରେ ଏହି କାଣ୍ଡ ଘଟିଛି । ତେବେ ଘଟଣାର ଦୁଇ ଦିନ ପୂର୍ବରୁ ହିଁ ଏହି ଦୁଇଟି କୋଠରୀର କଏଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିିଥିବା ଜଣାପଡ଼ିଛି । ତିହାର ପ୍ରଶାସନର ରିପୋର୍ଟ […]
‘ହିରୋ ମୋଟୋର୍କୋର୍ପ’ର ଚେୟାର୍ ମ୍ୟାନ ପବନ ମୁଞ୍ଜାଲଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ
Published On
By Samaya Live
ଦିଲ୍ଲୀ: ମାର୍ଚ୍ଚ ୨୩: ‘ହିରୋ ମୋଟୋର୍କୋର୍ପ’ର ଚେୟର୍ ମ୍ୟାନ୍ ପବନ ମୁଞ୍ଜାଲ୍ଙ୍କ ବାସଭବନ ସମତେ କେତେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ବାସଭବନ ଓ ଅଫିସ୍ରେ ଆଜି ସକାଳୁ ଆୟକର ବିଭାଗ ଚଢ଼ାଉ କରିଛି । ହେଲେ ଚଢ଼ାଉର କାରଣ କ’ଣ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଏଏନ୍ଆଇ ରିପୋର୍ଟ ଅନୁସାରେ, ଗୁରୁଗ୍ରମାରେ ଥିବା ପବନଙ୍କ ବାସଭବନ ଏବଂ ଅଫିସରେ ପ୍ରଥମେ ଚଢ଼ାଉ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଚେୟାର୍ ମ୍ୟାନଙ୍କ ବାସଭବନ ସମତେ ହିରୋ ମୋଟୋର୍କୋର୍ପ […]
ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ୪୫ ଜଣ ଓମିକ୍ରନରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । […]
ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ପୋରଣ: ୪ଜଣ ଗୁରୁତର
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୯: ଆଜି ସକାଳ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ରେ ଏକ ବିସ୍ପୋରଣ ହୋଇଛି । ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଶବ୍ଦରେ କୋର୍ଟ ପରିସରରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ବିସ୍ପୋରଣ ଏତେ ବଡ଼ ଧରଣର ନଥିଲା । ତେବେ କୋର୍ଟରେ ଗୁଳିକାଣ୍ଡ ହୋଇଛି ବୋଲି ଲୋକମାନଙ୍କ ମଧ୍ୟରେ ଗୁଜବ ଉଠିଥିଲା […]
ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ ଦର
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୧ : ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି କେଜରିୱାଲ ସରକାର ଦିଲ୍ଲୀବାସୀଙ୍କ ସମାସ୍ୟା କମାଇବାକୁ ଚେଷ୍ଟା କରିଛନ୍ତି । ଏନେଇ ସେ କ୍ୟାବିନେଟ ବୈଠକ ଡକାଇ ପେଟ୍ରୋଲ ଦର ୮ଟଙ୍କା କମ କରିଛନ୍ତି । ସରକାର ପେଟ୍ରୋଲ ଉପରେ ଲାଗୁଥିବା ଭ୍ୟାଟକୁ ୩୦ ପ୍ରତିଶତରୁ କମ କରି ୧୯.୪୦ ପ୍ରତିଶତ କରି ଦେଇଛନ୍ତି । ଏହାପରେ ଆଜି ମଧ୍ୟ ରାତିରୁ ଦିଲ୍ଲୀରେ ପେଟ୍ରୋଲ ଦର ଶସ୍ତା ହେବ । ବର୍ତ୍ତମାନ ଦିଲ୍ଲୀରେ […]
ଦିଲ୍ଲୀ ସୀମାରେ ପୁଣି ଏକାଠି ହେଲେ ହଜାର ହଜାର କୃଷକ : ବଢ଼ିଲା ସୀମା ସୁରକ୍ଷା
Published On
By Samaya Live
ଦିଲ୍ଲୀ: ନଭମ୍ବେର ୨୬ : କୃଷକ ଆନ୍ଦୋଳନକୁ ବର୍ଷେ ପୂରିବା ଅବସରରେ ଆଜି ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଏକାଠି ହୋଇଛନ୍ତି । ହରିୟାଣା ଓ ବହାଦୁରଗଞ୍ଜର କୃଷକମାନେ ଏହି ମହାପଞ୍ଚାୟତ ଅନୁଷ୍ଠିତ କରିଛନ୍ତି । କୌଣସି ହିଂସାକାଣ୍ଡ ଘଟିବା ଆଶଙ୍କାରେ ଦିଲ୍ଲୀ ସୀମାରେ ଥିବା ସୁରକ୍ଷାକୁ ବୃଦ୍ଧି କରାଯାଇଛି । ତିନି କୃଷି ଆଇନ ପ୍ରତ୍ୟାହାର ବିଲକୁ କ୍ୟାବିନେଟ ମଞ୍ଜୁରୀ ପରେ ମଧ୍ୟ କୃଷକ ସଙ୍ଗଠନର ଶକ୍ତି ପ୍ରଦର୍ଶନ ଚାଲିଛି । ଏମ୍ଏସ୍ପି ଓ […]
‘ୱାର୍କ ଫ୍ରମ ହୋମ୍’କୁ ମନା କଲା କେନ୍ଦ୍ର
Published On
By Samaya Live
ଦିଲ୍ଲୀ: ନଭେମ୍ବର ୧୭: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଅଣନିଶ୍ୱାସ ଲାଗୁଛି । ଏଣୁ ଏହାକୁ ନଜରରେ ରଖି କର୍ମଚାରୀମାନେ ‘ୱର୍କ ଫ୍ରର ହୋମ୍’ କରିବାକୁ ସୁପ୍ରିମକୋର୍ଟରେ ସୁପାରିଶ କରିଛନ୍ତି । ହେଲେ ଏହି ସୁପାରିଶକୁ କେନ୍ଦ୍ର ସିଧାସଳଖ ମନା କରିଦେଇଛି । ଏହାସହିତ କେନ୍ଦ୍ର ୩୯୨ ପୁଷ୍ଠାର ବିଶିଷ୍ଠ ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛି । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଜଣାଇଛି ଯେ- ସରକାରୀ […]
ଏକେ-୪୭ ରାଇଫଲ ଓ ଗ୍ରେନେଡ ସହ ପାକିସ୍ତାନ ଆତଙ୍କବାଦୀ ଗିରଫ: ନବରାତ୍ରୀରେ କରିଥାନ୍ତେ ବିସ୍ପୋରଣ
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୧୨: ଆଜି ଦିଲ୍ଲୀରୁ ପୋଲିସ ଦୁଇ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକେ-୪୭ ରାଇଫଲ, ଗ୍ରିନେଡ୍, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଦୁଇ ଆତଙ୍କବାଦୀ ନବରାତ୍ରୀରେ ବିସ୍ପୋରଣ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଏହାସହ ରାଜଧାନୀବାସୀ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି । ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀ […]

