ଜ୍ଞାନେଶ କୁମାରଙ୍କ ସୁରକ୍ଷା ବୃଦ୍ଧି କଲେ କେନ୍ଦ୍ର ସରକାର

ଜ୍ଞାନେଶ କୁମାରଙ୍କ ସୁରକ୍ଷା ବୃଦ୍ଧି କଲେ କେନ୍ଦ୍ର ସରକାର
Samaya Live Desk Picture
Published On

ନୂଆଦିଲ୍ଲୀ: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରେ ଅନିୟମିତତା ଓ ଭୋଟ ଚୋରି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର୍‌ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜ୍ଞାନେଶ କୁମାରଙ୍କ ସୁରକ୍ଷା ବୃଦ୍ଧି କରିଛନ୍ତି। ଜ୍ଞାନେଶ କୁମାରଙ୍କୁ ପୂର୍ବରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଇଥିଲା।ତେବେ ସରକାର ଏହାକୁ ଆହୁରି ଉନ୍ନତ କରିଛନ୍ତି। ବର୍ତ୍ତମାନ ଜ୍ଞାନେଶ କୁମାରଙ୍କ ବାସଭବନ ବାହାରେ, ନିର୍ବାଚନ କମିସନ କାର୍ଯ୍ୟାଳୟରେ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସିଇସିଙ୍କ ଦିଲ୍ଲୀ ଓ ଆଗ୍ରା ଘର ବାହାରେ ଆନ୍ଦୋଳନକାରୀ ପ୍ରତିବାଦ କରିବା ପରେ ଏହି ପଦକ୍ଷେପ ନିଆଯାଇଛି।

Tags: