ପାକିସ୍ତାନ‌ରେ ୧୮ ବସ୍‌ ଯାତ୍ରୀ ଅପହୃତ

ପାକିସ୍ତାନ‌ରେ ୧୮ ବସ୍‌ ଯାତ୍ରୀ ଅପହୃତ
Samaya Live Desk Picture
Published On

ଇସଲାମାବାଦ: ପାକିସ୍ତାନର କ୍ବେଟାକୁ ଏକ ବସ୍‌ରେ ଯାଉଥିବା ୧୮ ଜଣ ବସ୍‌ ଯାତ୍ରୀଙ୍କୁ ଅଜଣା ବନ୍ଧୁକଧାରୀ ସିନ୍ଧ ପ୍ରଦେଶରୁ ଅପହରଣ କରିନେଇଛନ୍ତି। ସୋମବାର ରାତିରେ ଘୋଟକୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଆକ୍ରମଣକାରୀ ସିନ୍ଧ ଓ ପଞ୍ଜାବ ସୀମାକୁ ଲାଗି ରହିଥିବା ଜାତୀୟ ରାଜପଥରେ ବସ୍‌ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ବସ୍‌ ଡ୍ରାଇଭର ଓ କେତେକ ଯାତ୍ରୀ ଆହତ ହୋଇଥିଲେ। ଏହାପରେ ବସ୍‌ରୁ ୧୮ ଜଣ ପୁରୁଷଙ୍କୁ ପଣବନ୍ଦୀ ଭାବେ ନେଇଯାଇଥିଲେ। ଡ୍ରାଇଭର ଓ ହେଲ୍‌ପର ବ୍ୟତୀତ ଗାଡ଼ିରେ ୩୦ ଯାତ୍ରୀ ଥିଲେ। ଏହି ଆକ୍ରମଣରେ ୧୮ରୁ ୨୦ ଅପହର୍ତ୍ତା ସାମିଲ ଥିଲେ ବୋଲି ମହିଳା ଯାତ୍ରୀମାନେ କହିଛନ୍ତି।

Tags: