ଦେଖନ୍ତୁ ଭିଡିଓ : ଝୁଲାପୋଲ ଭୁଶୁଡିବା ଘଟଣା, ମୃତ୍ୟୁ ସଂଖ୍ୟା ୧୪୧ କୁ ବୃଦ୍ଧି
ଗୁଜୁରାଟ : ରବିବାର ସନ୍ଧ୍ୟା ରେ ଗୁଜୁରାଟର ମୋର୍ବି ଜିଲ୍ଲାର ମଚ୍ଛୁ ନଦୀ ର ଝୁଲାପୋଲ ଭୁଶୁଡି ପଡିଛି I ପ୍ରାୟ ଉପରେ ୧୪୦ ବର୍ଷର ପୁରୁଣା ଏହି କେବୁଲ ବ୍ରିଜ ଭୁଶୁଡି ପଡିଥିବା ବେଳେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୪୧ କୁ ବୃଦ୍ଧି ପାଇଛି । ଦୁର୍ଘଟଣା ସମୟରେ ପୋଲୋ ଉପରେ ପାଖାପାଖି ୫୦୦ ଲୋକ ଏକାଠି ହୋଇଥିଲେ I ମୃତକଙ୍କ ମଧ୍ୟରେ ୫୦ରୁ ମହିଳା, ଶିଶୁ ଏବଂ ବୃଦ୍ଧମାନେ ଅଛନ୍ତି। ଏହି ଦୁର୍ଘଟଣାରେ ୧୭୭ […]
ଗୁଜୁରାଟ : ରବିବାର ସନ୍ଧ୍ୟା ରେ ଗୁଜୁରାଟର ମୋର୍ବି ଜିଲ୍ଲାର ମଚ୍ଛୁ ନଦୀ ର ଝୁଲାପୋଲ ଭୁଶୁଡି ପଡିଛି I ପ୍ରାୟ ଉପରେ ୧୪୦ ବର୍ଷର ପୁରୁଣା ଏହି କେବୁଲ ବ୍ରିଜ ଭୁଶୁଡି ପଡିଥିବା ବେଳେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୪୧ କୁ ବୃଦ୍ଧି ପାଇଛି । ଦୁର୍ଘଟଣା ସମୟରେ ପୋଲୋ ଉପରେ ପାଖାପାଖି ୫୦୦ ଲୋକ ଏକାଠି ହୋଇଥିଲେ I ମୃତକଙ୍କ ମଧ୍ୟରେ ୫୦ରୁ ମହିଳା, ଶିଶୁ ଏବଂ ବୃଦ୍ଧମାନେ ଅଛନ୍ତି। ଏହି ଦୁର୍ଘଟଣାରେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୯ ଜଣ ଗୁରୁତର ଆହତଙ୍କୁ ମୋର୍ବି ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆହତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳ ଅନୁଧ୍ୟାନ ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏଁ ଟଙ୍କା ଦେବେ।
ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ସେହିପରି ୩ ପ୍ଲାଟୁନ NDRF, SDRF, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତୀୟ ନୌସେନାର ୫୦ ଜଣ ଯବାନ, ବାୟୁସେନାର ୩୦ ଜଣ ଯବାନ, ସ୍ଥଳସେନାର ଯବାନ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ରାଜକୋଟ, ଜାମନଗର, ଡିଉ ଓ ସୁରେନ୍ଦ୍ରନଗରରୁ ଆସି ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି I
ଏହି ଝୁଲା ପୋଲକୁ ଗୁଜୁରାଟ ର ଐତିହ ବୋଲି ବିବେଚନା କରାଯାଏ I ଏହାର ମରାମତି ପାଇଁ ୭ ମାସ ପାଇଁ ବନ୍ଦ ରହିଥିଲା I ଏହାକୁ ଓଢାବଜୀ ପଟେଲ କମ୍ପାନୀ ପକ୍ଷରୁ ଓରେଭା ଗ୍ରୁପ୍ ଠିକା ନେଇଥିଲା। ଏହାପରେ ଦୀପାବଳି ପରେ ଏହାକୁ ସାର୍ବଜନୀନ କରାଯାଇଥିଲା I
ଏହି ଦୁଖଦଃ ଦୁର୍ଘଟଣା ପରେ ଠିକ ନେଇଥିବା କମ୍ପାନୀ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ରେଞ୍ଜ ଆଇଜିପିଙ୍କ ନେତୃତ୍ୱରେ ଆଜିଠାରୁ ତଦନ୍ତ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି I
#MorbiBridgeCollapse | Indian Army teams deployed in Morbi, Gujarat carried out search and rescue operations for survivors of the mishap. All three defence services have deployed their teams for search operations: Defence officials pic.twitter.com/tfEjCW3MhE
— ANI (@ANI) October 31, 2022




