ପୁଣି ଥରିଲା ଗୁଜରାଟ

ଅହମ୍ମଦାବାଦ : ଆଜି ସକାଳୁ ପୁଣି ଥରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର ଲଖପାତଠାରୁ ୬୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଥିଲା। ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ଚାରିଆଡେ ଏକପ୍ରକାର ଆତଙ୍କ ଖେଳିଯାଇଛି। ସେହିପରି ରବିବାର ଦିନ ପ୍ରାୟ ୩.୨୧ ମିନିଟ ସମୟରେ […]

Samaya Live Picture
Published On

ଅହମ୍ମଦାବାଦ : ଆଜି ସକାଳୁ ପୁଣି ଥରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର ଲଖପାତଠାରୁ ୬୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଥିଲା। ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ଚାରିଆଡେ ଏକପ୍ରକାର ଆତଙ୍କ ଖେଳିଯାଇଛି।

ସେହିପରି ରବିବାର ଦିନ ପ୍ରାୟ ୩.୨୧ ମିନିଟ ସମୟରେ ଗୁଜରାଟର ରାଜକୋଟରେ ଭୂମିକମ୍ପ ହୋଇଥିଲା Iରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୪ .୩ ଥିଲା I ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ରାଜକୋଟଠାରୁ ୨୭୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ କେହି ମୃତାହତ କି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ।

ଗତ ସପ୍ତାହରେ ଅମରେଲି ଜିଲ୍ଲାରେ ଦୁଇ ଦିନରେ ଭୂମିକମ୍ପର ୩ ମାମୁଲି ଝଟ୍‌କା ଅନୁଭବ କରାଯାଇଥିଲା। ଜିଲ୍ଲାର ସାବରକୁଣ୍ଡଳା ତାଲୁକାରେ ୩.୧ ତୀବ୍ରତାର ଭୂମିକମ୍ପ ଆସିଥିଲା। ଯଦିଓ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ଏହି ଝଟ୍‌କା ସାବରକୁଣ୍ଡଳା ତାଲୁକାର ମିତିୟାଲା ଗାଁରେ ଅମରେଲି ଠାରୁ ୪୪ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬.୨ କିଲୋମିଟର ଗଭୀରରେ ରେକର୍ଡ କରାଯାଇଥିଲା।