ମହଙ୍ଗା ପଡ଼ିପାରେ ଭୋଟ୍‌ ନଦେବା

ନୂଆଦିଲ୍ଲୀ: ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର୍‌ରେ ଚାଲିଛି । ଏହି ସମୟରେ ଗୁଜୁରାଟର ଏକ ହଜାରରୁ ଅଧିକ କର୍ପୋରେଟ ହାଉସ ନିର୍ବାଚନ ଆୟୋଗଙ୍କ ସହ ଏକ ଚୁକ୍ତିନାମା ସ୍ୱ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଅନୁଯାୟୀ, କର୍ପୋରେଟ୍‌ ହାଉସ୍‌ ସେମାନଙ୍କ କର୍ମଚାରୀମାନଙ୍କ ଉପରେ ନଜର ରଖିବେ ଯେ, ବାସ୍ତବରେ ଛୁଟି ନେଇ କର୍ମଚାରୀମାନେ ନିର୍ବାଚନରେ ନିଜର ଭୋଟ୍‌ ଦେଉଛନ୍ତି ନା ନାହିଁ । ଏହା ସହିତ ଭୋଟ୍‌ ଦେଇନଥିବା କର୍ମଚାରୀଙ୍କ ନାମ […]

Samaya Live Picture
Published On

ନୂଆଦିଲ୍ଲୀ: ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର୍‌ରେ ଚାଲିଛି । ଏହି ସମୟରେ ଗୁଜୁରାଟର ଏକ ହଜାରରୁ ଅଧିକ କର୍ପୋରେଟ ହାଉସ ନିର୍ବାଚନ ଆୟୋଗଙ୍କ ସହ ଏକ ଚୁକ୍ତିନାମା ସ୍ୱ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଅନୁଯାୟୀ, କର୍ପୋରେଟ୍‌ ହାଉସ୍‌ ସେମାନଙ୍କ କର୍ମଚାରୀମାନଙ୍କ ଉପରେ ନଜର ରଖିବେ ଯେ, ବାସ୍ତବରେ ଛୁଟି ନେଇ କର୍ମଚାରୀମାନେ ନିର୍ବାଚନରେ ନିଜର ଭୋଟ୍‌ ଦେଉଛନ୍ତି ନା ନାହିଁ । ଏହା ସହିତ ଭୋଟ୍‌ ଦେଇନଥିବା କର୍ମଚାରୀଙ୍କ ନାମ କମ୍ପାନୀର େୱବସାଇଟ୍‌ ଏବଂ ନୋଟିସ୍‌ ବୋର୍ଡରେ ଲେଖାଯିବ ।

ଗୁଜୁରାଟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ପି ଭାରତୀ କହିଛନ୍ତି, ଆମେ ୨୩୩ ଏମଓୟୁ ସ୍ୱ୍ୱାକ୍ଷର କରିଛୁ ଯାହା ଆମକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ । ଗୁଜୁରାଟରେ ପ୍ରଥମ ଥର ପାଇଁ ଆମ ପାଖରେ ୧,୦୧୭ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ଉପରେ ନଜର ରଖିବେ । ରିପୋର୍ଟ ଅନୁଯାୟୀ, ଜୁନ୍‌ ମାସରେ ନିର୍ବାଚନ ଆୟୋଗ ୫୦୦ ରୁ ଅଧିକ କର୍ମଚାରୀଙ୍କ ସହ କେନ୍ଦ୍ର ତଥା ରାଜ୍ୟର ସରକାରୀ ବିଭାଗ, ପବ୍ଲିକ୍‌ ସେକଫର ୟୁନିଟ୍‌ ଏବଂ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ସେହି କର୍ମଚାରୀମାନଙ୍କୁ ଚିହ୍ନଟ କରିବାକୁ କହିଥିଲେ ଯେଉଁମାନେ ମତଦାନ ଦିନ ଛୁଟି ନେଇଥାନ୍ତି କି;ୁ ଭୋଟ୍‌ ଦିଅନ୍ତି ନାହିଁ ।

ଆଉ ଏବେ ଏହି କମ୍ପାନୀଗୁଡିକ ନିର୍ବାଚନ ଆୟୋଗଙ୍କ ସେହି କର୍ମଚାରୀଙ୍କ ତାଲିକା ଦେବେ, ଯେଉଁମାନେ ଭୋଟ ଦେବେ କହି ଛୁଟି ନେଇଥାନ୍ତି ନିର୍ବାଚନ ଆୟୋଗ ଏହାକୁ ଯାଞ୍ଚ କରିବେ ଯଦି କର୍ମଚାରୀ ଛୁଟି ନେଇ ବି ଭୋଟ ନ ଦେବେ ସେହି ଲୋକଙ୍କ ନାମ କମ୍ପାନୀକୁ ଜଣାଇ ଦିଆଯିବ । ଆଉ କମ୍ପାନୀ ନିଜ େୱବସାଇଟ୍‌ ଏବଂ ନୋଟିସ୍‌ ବୋର୍ଡରେ ମଧ୍ୟ ଉକ୍ତ କର୍ମଚାରୀଙ୍କ ନାମ ଲେଖିବେ । ପି ଭାରତୀ କହିଛନ୍ତି ଯେ ଏଭଳି ଭାବରେ ଯେଉଁମାନେ ଭୋଟ୍‌ ଦିଅନ୍ତି ନାହିଁ ସେମାନଙ୍କ ଉପରେ ନଜର ରଖାଯିବ ।