ସାଧାରଣ ଜନତାଙ୍କ ଉପରେ ପଡିଲା ମହଙ୍ଗା ମାଡ

ନୂଆଦିଲ୍ଲୀ: ଜୁଲାଇ ୧୮: ଆଜିଠୁ ସାଧାରଣ ଜନତାଙ୍କ ଉପରେ ଲଦି ହୋଇଛି ବୋଝ ଉପରେ ଲଲିତା ବିଡା । ଦର ଦାମ ବୃଦ୍ଧିର ଦୃଷ୍ଟି ଏବେ ପଡିଛି ସାଧାରଣ ଜନତାର ପେଟରେ । ବିଳାଶପୂର୍ଣ୍ଣ ସାମଗ୍ରୀ ସହିକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ମଧ୍ୟ ବଢିଛି । ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌ ବୃଦ୍ଧି ହୋଇଛ । ସରକାର ଏସବୁ ଜିନିଷ ଉପରେ ଜିଏସଟି ବଢାଇଛନ୍ତି । ଏଣିକି […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୧୮: ଆଜିଠୁ ସାଧାରଣ ଜନତାଙ୍କ ଉପରେ ଲଦି ହୋଇଛି ବୋଝ ଉପରେ ଲଲିତା ବିଡା । ଦର ଦାମ ବୃଦ୍ଧିର ଦୃଷ୍ଟି ଏବେ ପଡିଛି ସାଧାରଣ ଜନତାର ପେଟରେ । ବିଳାଶପୂର୍ଣ୍ଣ ସାମଗ୍ରୀ ସହିକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ମଧ୍ୟ ବଢିଛି । ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌ ବୃଦ୍ଧି ହୋଇଛ । ସରକାର ଏସବୁ ଜିନିଷ ଉପରେ ଜିଏସଟି ବଢାଇଛନ୍ତି । ଏଣିକି ହସ୍ପିଟାଲରେଚିକିତ୍ସା ପାଇଁ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ପ୍ୟାକେଟ୍‌ ଫୁଡ୍‌ ଯେପରିକି- ଦହି, ଲସି, ପନିର ଓ ଘୋଳ ଦହି ଦାମ୍‌ ବିଛି । ଏସବୁ ପ୍ରଡକଫ ଉପରେ ସରକାର ୫% ଜିଏସଟି ଲଗାଇଛନ୍ତି । ପୂର୍ବରୁ ଏସବୁ ପ୍ରଡକଫ ଉପରେ କୌଣସି ଜିଏସଟିି ଲାଗୁ ହେଉନଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି କାଉନସିଲ୍‌ ବୈଠକରେ ପ୍ରଥମ ଥର ପାଇଁ ଏସବୁ ପ୍ରଡକଫକୁ ଜିଏସଟି ପକ୍ଷଭୁକ୍ତ କରାଯାଇଛି । ମୁଢି, ଚୁଡ଼ା ଓ ଖଇ ଭଳି ନୀତିଦିନିଆ ଖାଇବା ଜିନିଷ ପ୍ୟାକେଟ୍‌ ଓ ଲେବଲ ଲାଗି ବିକ୍ରି ହେଉଥିବା ଅଣ ବ୍ରାଣ୍ଡେଡ୍‌ ସାମଗ୍ରୀକୁ ଜିଏସଫି ପରିସରଭୁକ୍ତ କରାଯାଇଛି । ମାଛ ଓ ମାଂସ ଦାମ୍‌ ମଧ୍ୟ ବିଛି । ଏଣିକି ହସ୍ପିଟାଲରେ ଚିକିତ୍ସା ଲାଗି ଦାମୀ ରୁମ୍‌ ଭଡ଼ାରେ ନେଲେ ବି ଟିକସ ଗଣିବାକୁ ପଡ଼ିବ । ଆଇସିୟୁକୁ ଛାଡ଼ିଦେଲେ ୫ ହଜାର ଟଙ୍କାରୁ ଅଧିକ ଭଡ଼ା ଥିବା ହସ୍ପିଟାଲ ରୁମ୍‌ ଉପରେ ୫% ଜିଏସଟି ଦେବାକୁ ହେବ । ଶସ୍ତା ହେଟେଲ ରୁମକୁ ଜିଏସଟି ଭୁକ୍ତ କରାଯାଇଥିବାରୁ ସେଗୁଡିକରେ ରହଣୀ ବି ମହଙ୍ଗା ହୋଇଛି । ହଜାରେ ଟଙ୍କାରୁ କମ୍‌ ମୂଲ୍ୟର ହୋଟେଲ ରୁମରେ ଦେବାକୁ ପଡ଼ିବ ୧୨% ଜିଏସଟି । ବ୍ୟାଙ୍କ ଚେକ୍‌ ସେବା ଉପରେ ୧୮% ଜିଏସଟି ଲାଗୁ ହୋଇଛି । ପୂର୍ବରୁ ୫% ସ୍ଲାବରେ ଥିବା ସୋଲାର ୱାଟର ହିଟର ଉପରେ ଏଣିକି ୧୨% ଜିଏସଟି ଲାଗୁ ହୋଇଛି । ଏତଦବ୍ୟତୀତ ଏଲ୍‌ଇଡି ଲାଇଟ୍‌, ଲ୍ୟାମ୍ପ ଦାମ୍‌ ମଧ୍ୟ ବଢିବ ବୋଲି ଆଶଙ୍କା କରାଯାଉଛି । କାରଣ ଏସବୁ ଜିନିଷ ଉପରେ ପୂର୍ବରୁ ୧୨% ଜିଏସଟି ଲାଗୁ ହୋଇଥିଲା । ଏବେ ଏହା ବୃଦ୍ଧି ପାଇ ୧୮% ହୋଇଛି । ସେହିପରି ଛୁରୀ, ବ୍ଲେଡ, ପେନସିଲ କଟର, ଚାମଚ, ଫର୍କ ଉପରେ ଜିଏସଟି ବୃଦ୍ଧି ପାଇଛି । ପୂର୍ବରୁ ଏହିସବୁ ଜିନିଷ ଉପରେ ୧୨% ଜିଏସଟି ଲାଗୁ ହୋଇଥିଲା । ଫ୍ରାକଚର ଉପକରଣ, ଶରୀରରେ ଲାଗୁଥିବା କୃତ୍ରିମ ଅଙ୍ଗ, ଇଣ୍ଟ୍ରା ଓକ୍ୟୁଲର୍‌ ଲେନ୍ସ ଇତ୍ୟାଦି ଉପରେ ଜିଏସଟି ଦର ହ ୍ରାସ ପାଇଛି । ଆଜିଠୁ ଏହିସବୁ ଜିନିଷ ଉପରେ ୫% ଜିଏସଟି ଲାଗୁ ହେବ । ପୂର୍ବରୁ ଏହିସବୁ ଜିନିଷ ୧୨% ସ୍ଲାବରେ ସାମିଲ ଥିଲା । ପ୍ରତିରକ୍ଷା ବାହିନୀ ପାଇଁ ଆମଦାନୀ ହେଉଥିବା କିଛି ଉପକରଣ ଉପରେ ଆଜିଠୁ କୌଣସି ଜିଏସଟି ଲାଗୁ ହେବ ନାହିଁ ।