ଦଲାଇ ଲାମା ଙ୍କୁ ଗ୍ରାମୀ ଆୱାର୍ଡ

ଆଲବମ୍ ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା'ପାଇଁ ସର୍ବୋତ୍ତମ ଅଡିଓବୁକ୍, ନାରେସନ୍ ଓ ଷ୍ଟୋରିଟେଲିଂ ରେକର୍ଡିଂ ପାଇଁ ପୁରସ୍କାର

ଦଲାଇ ଲାମା ଙ୍କୁ ଗ୍ରାମୀ ଆୱାର୍ଡ

ନୂଆଦିଲ୍ଲୀ : ଗ୍ରାମି ଆୱାର୍ଡ ଜିତିଲେ ଦଲାଇ ଲାମା । ୯୦ ବର୍ଷ ବୟସରେ ମ୍ୟୁଜିକର ସବୁଠୁ ବଡ଼ ଆୱାର୍ଡ ଜିତିଛନ୍ତି ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ତାଙ୍କର ଆଲବମ୍ ମେଡିଟେସନ୍- ଦ ରିଫ୍ଲେକ୍ସନ ଅଫ୍ ହିଜ୍ ହଲିନେସ୍ ଦ ଦଲାଇ ଲାମା ପାଇଁ ଏହି ଆୱାର୍ଡ ପାଇଛନ୍ତି । ଏହି ଆଲବମ୍ ସ୍ପୋକେନ୍ ୱାର୍ଡ ଏବଂ ଗ୍ରାମିର ସର୍ବୋତ୍ତମ ଅଡିଓ ବୁକ୍ , ନାରେସନ ଓ ଷ୍ଟୋରି ଟେଲିଂ ବର୍ଗରେ ଜିତିଛି । ଏଥିରେ ଦଲାଇ ଲାମାଙ୍କ ଶାନ୍ତି, ଦୟା, ଆଶା ଓ ପରିବେଶ ରକ୍ଷା ବିଷୟରେ ବାର୍ତ୍ତା ରହିଛି । ଫେବୃଆରୀ ୧ ତାରିଖରେ ଲସ୍ ଏଞ୍ଜେଲସରେ ଆୟୋଜିତ ଏକ ଭବ୍ୟ ସମାରୋହରେ ୬୮ତମ ଗ୍ରାମି ଆୱାର୍ଡ ଜିତିଛନ୍ତି ଦଲାଇଲାମା  । 

ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ

ଏହାକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସହ ମିଶାଇ ସୁନ୍ଦର କରାଯାଇଛି । ବିଖ୍ୟାତ ସରୋଦ ବାଦକ ଅମଜଦ୍ ଅଲି ଖାନ୍ ଓ ତାଙ୍କର ଦୁଇ ପୁଅ ଆମାନ ଆଲି ବଙ୍ଗଶ୍ ଓ ଆୟାନ ଆଲି ବଙ୍ଗଶ୍ ଏହାର କମ୍ପୋଜ କରିଛନ୍ତି । ଏହି ମିଶ୍ରଣ ଆଧ୍ୟାତ୍ମିକତା ଓ ସଙ୍ଗୀତକୁ ଏକାଠି କରି ସମଗ୍ର ବିଶ୍ବକୁ ଶାନ୍ତିର ସନ୍ଦେଶ ଦେଇଛି । ସମାରୋହ ସମୟରେ, ସଂଗୀତଜ୍ଞ ରୁଫସ୍ ୱେନରାଇଟ୍ ଦଲାଇ ଲାମାଙ୍କ ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର ଅର୍ଥ ସବୁକିଛି

Tags: