ଶୀତ ଅଧିବେଶନରେ ଆସିପାରେ ୧୦ ଗୁରୁତ୍ବପୂର୍ଣ୍ଣ ବିଲ୍‌

ଶୀତ ଅଧିବେଶନରେ ଆସିପାରେ ୧୦ ଗୁରୁତ୍ବପୂର୍ଣ୍ଣ ବିଲ୍‌
Samaya Live Desk Picture
Published On

ନୂଆଦିଲ୍ଲୀ : ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ଏବଂ ଏଥିରେ ମେଟ୍‌ ୧୫ଟି କାର୍ଯ୍ୟଦିବସ ରହିବ। ଅଧିବେଶନ ପାଇଁ ସରକାର ୧୨ଟି ବିଲ୍ ତାଲିକାଭୁକ୍ତ କରିଛନ୍ତି । ଏଥିରେ ୧୦ଟି ନୂଆ ବିଲ୍ ଅନ୍ତର୍ଭୁକ୍ତ ରହିଛି । ଏସବୁ ବିଲ ମଧ୍ୟରେ ରହିଛି ଘରୋଇ କ୍ଷେତ୍ର ପାଇଁ ପରମାଣୁ କ୍ଷେତ୍ରକୁ ଖୋଲିବା, ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ଏବଂ ବିଧାନସଭା ନଥିବା ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଚଣ୍ଡିଗଡ଼ର ପ୍ରଶାସନକୁ ସମାନ ସ୍ତରକୁ ଆଣିବା । ଆହୁରି ମଧ୍ୟ ବୀମା କ୍ଷେତ୍ର ସହିତ ଜଡିତ ବିଲ୍, ସିକ୍ୟୁରିଟିଜ୍ ବଜାରରେ ସଂସ୍କାର ଏବଂ ରାଜପଥ ପାଇଁ ଜମି ଅଧିଗ୍ରହଣକୁ ସରଳ କରିବା ସଂପର୍କିତ ଏକ ବିଲ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ତଥାପି, ଗୋଟିଏ ବିଲ୍ ପୂର୍ବରୁ ବିବାଦ ସୃଷ୍ଟି କରିଛି। ସମ୍ବିଧାନର ୧୩୧ତମ ସଂଶୋଧନ ପାଇଁ ବିଲ୍ ମଧ୍ୟ ତାଲିକାଭୁକ୍ତ ହୋଇଛି।