ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ
ନନ୍ଦୁରବାର : ଜାନୁଆରୀ୨୯: ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଥିବା ଖବର ପଶ୍ଚିମ ରେଳବାଇର ଦେଇଛି । ମହାରାଷ୍ଟ୍ରର ନନ୍ଦୁରବାରଠାରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ରେ ଥିବା ସମୟରେ ରେଳରେ ଅଗ୍ନି ଲାଗିଯାଇଥିଲା । ଏଥିରେ କେହି ମୃତାହାତ ହୋଇନଥିବ ସୂଚନା ମିଳିଛି । ଅଗ୍ନିର ଖବର ମିଳିବା ପରେ ସ୍ଥାନୀୟ ପୋଲିସ , ଦମକଳ, ବିପର୍ଯ୍ୟୟ ପରିଚାଳନା ଏବଂ ମେଡିକାଲ୍ ଟିମ୍ଙ୍କୁ ଖବର ଦିଆଯିବା ସହ ତୁରନ୍ତ ଅଗ୍ନି ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା ଏବଂ ଲୋକଙ୍କୁ ଉଦ୍ଧାର କରାଯାଇଥିଲା […]
ନନ୍ଦୁରବାର : ଜାନୁଆରୀ୨୯: ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଥିବା ଖବର ପଶ୍ଚିମ ରେଳବାଇର ଦେଇଛି । ମହାରାଷ୍ଟ୍ରର ନନ୍ଦୁରବାରଠାରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ରେ ଥିବା ସମୟରେ ରେଳରେ ଅଗ୍ନି ଲାଗିଯାଇଥିଲା । ଏଥିରେ କେହି ମୃତାହାତ ହୋଇନଥିବ ସୂଚନା ମିଳିଛି । ଅଗ୍ନିର ଖବର ମିଳିବା ପରେ ସ୍ଥାନୀୟ ପୋଲିସ , ଦମକଳ, ବିପର୍ଯ୍ୟୟ ପରିଚାଳନା ଏବଂ ମେଡିକାଲ୍ ଟିମ୍ଙ୍କୁ ଖବର ଦିଆଯିବା ସହ ତୁରନ୍ତ ଅଗ୍ନି ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା ଏବଂ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।
ସୂଚନା ଅନୁସାରେ, ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡ଼ି ନାହିଁ । ହେଲେ ପାଣ୍ଟ୍ରି କାର୍ରେ ଥିବା ଏୟାର୍କଣ୍ଡିସନ କୋଚ୍ରେ ପ୍ରଥମେ ଧୂଆଁ ପଶିଯିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି । ପରେ ସଂଲଗ୍ନ ଡବାଗୁଡ଼ିକରେ ଅଗ୍ନି ବ୍ୟାପିବା ଆଶଙ୍କା ଥିବାରୁ ତୁରନ୍ତ ଜ୍ୱଳନ୍ତ ପାଣ୍ଟ୍ରି କାର୍ଟିକୁ ରେଳଗାଡ଼ିରୁ ବିଚ୍ଛିନ୍ନ କରାଯାଇଥିଲା । ସେହି ଟ୍ରେନ୍ରେ ସମୁଦାୟ ୨୨ଟି କୋଚ୍ ଥିବା ବେଳେ ସେଥିମଧ୍ୟରୁ ୧୩ଟି ପାଣ୍ଟ୍ରି କାର୍ଟି କୋଚ୍ ରହିଛି ।




