ଜି ସେଭେନ୍‌ ବୈଠକ ପାଇଁ ବିଦେଶ ଗସ୍ତରେ ମୋଦି

ଜି ସେଭେନ୍‌ ବୈଠକ ପାଇଁ ଜର୍ମାନୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି ମୋଦି । ଆର୍ଜେଣ୍ଟିନା ସହ ରାଜନୈତିକ,ଆର୍ଥିକ, ବାଣିଜ୍ୟିକ ଓ ଅନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ଆଲୋଚନା କରିଛନ୍ତି । ତେବେ ଏହା ପୂର୍ବରୁ ମ୍ୟୁନିକରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ଦେଶ ସବୁ ପ୍ରକାର ବୈଶ୍ୱିକ ଆହ୍ୱାନକୁ ସାମ୍ନା କରିବାରେ ସମର୍ଥ ବୋଲି କହିଛନ୍ତି । […]

Samaya Live Picture
Published On

ଜି ସେଭେନ୍‌ ବୈଠକ ପାଇଁ ଜର୍ମାନୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି ମୋଦି । ଆର୍ଜେଣ୍ଟିନା ସହ ରାଜନୈତିକ,ଆର୍ଥିକ, ବାଣିଜ୍ୟିକ ଓ ଅନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ଆଲୋଚନା କରିଛନ୍ତି । ତେବେ ଏହା ପୂର୍ବରୁ ମ୍ୟୁନିକରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ଦେଶ ସବୁ ପ୍ରକାର ବୈଶ୍ୱିକ ଆହ୍ୱାନକୁ ସାମ୍ନା କରିବାରେ ସମର୍ଥ ବୋଲି କହିଛନ୍ତି । ମ୍ୟୁନିକରେ ପହଂଚିବାପରେ ସେଠାକାର ପ୍ରବାସୀ ଭାରତୀୟ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପ୍ରବାସୀ ଭାରତୀୟ ଆଗରେ ବଦଳୁଥିବା ଭାରତର ବିକାଶର ଚିତ୍ର ଉପସ୍ଥାପନ କରିଛନ୍ତି । ଏନେଇ ମୋଦି କହିଛନ୍ତି ଯେ, ଭାରତରେ ଏବେ ସବୁ ଗାଁକୁ ବିଜୁଳି ପହଞ୍ଚି ପାରିଛି,ସବୁ ଗାଁକୁ ସଡକ ଯୋଗାଯୋଗ ହୋଇପାରିଛି ଏବଂ ଅଧିକାଂଶ ଗାଁ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇପାରିଛି । ଏହାସହ ୨ ବର୍ଷରେ ୮୦ କୋଟି ଲୋକଙ୍କ ପାଖରେ ମାଗଣା ରାସନ ପହଞ୍ଚାଇଥିବାବେଳେ ଦେଶର ସବୁ ଗରିବ ପରିବାର ବ୍ୟାଙ୍କିଂ ବ୍ୟବସ୍ଥାର ସୁବିଧା ଉଠାଉଛନ୍ତି । କୃଷି ଓ ଶିଳ୍ପ କ୍ଷେତ୍ରରେ ଟେକନୋଲଜି ଦ୍ୱାରା କିଭଳି ଅଦ୍ଭୁତପୂର୍ବ ବିକାଶ ହୋଇପାରିଛି, ତାହା ମୋଦି ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି । ସେହିପରି ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍‌ଏରେ ଲୋକତନ୍ତ୍ର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।