ସାହସିକତା ପୁରସ୍କାର ପ୍ରପ୍ତଙ୍କୁ ଆଜୀବନ ମାଗଣା ରେଳ ସେବା

ସାହସିକତା ପୁରସ୍କାର ପ୍ରପ୍ତଙ୍କୁ ଆଜୀବନ ମାଗଣା ରେଳ ସେବା
Samaya Live News Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ବଡ଼ ଘୋଷଣା । ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ ଆଜୀବନ ମାଗଣା ରେଳ ସେବା । ପୁରସ୍କାର ପ୍ରାପ୍ତଙ୍କ ସହ ଅନ୍ୟ ଜଣେ ସହଯାତ୍ରୀଙ୍କୁ ମଧ୍ୟ ମିଳିବ ସମାନ ସୁବିଧା । ସମସ୍ତ ସାହସିକତା ପୁରସ୍କାର ବିଜେତା ଏବଂ ପରିବାର ଜୀବନବ୍ୟାପୀ ମାଗଣାରେ ରେଳ ଯାତ୍ରା କରିପାରିବେ । କେନ୍ଦ୍ର ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ସଂଶୋଧନ କରିଛନ୍ତି । 

ରେଳ ମନ୍ତ୍ରାଳୟର ନିଷ୍ପତ୍ତି ଅନୁଯାୟୀ, ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁ ସେନାରେ କାର୍ଯ୍ୟରତ ଯବାନ ଯେଉଁମାନେ ସାହସିକତା ପୁରସ୍କାରରେ ପୁରସ୍କୃତ ହେଉଛନ୍ତି ସେମାନେ ଆଜୀବନ ମାଗଣାରେ ରେଳ ଯାତ୍ରା କରିବାର ସୁଯୋଗ ପାଇ ପାରିବେ । ସାହାସିକତା ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଏବଂ ସୂର୍ଯ୍ୟ ଚକ୍ର ବିଜେତାଙ୍କୁ ଏହି ସୁବିଧା ମିଳିବ ।

ପୁରସ୍କାର ପ୍ରାପ୍ତ ପ୍ରଥମ ଶ୍ରେଣୀ / ୨ ଏସି / ଏସି ଚେୟାର କାରରେ ଆଜୀବନ ମାଗଣା ଯାତ୍ରା କରି ପାରିବେ । ପୁରସ୍କାର ପ୍ରାପ୍ତଙ୍କ ବିଧବା ପତ୍ନୀ ଯଦି ପୁନର୍ବିବାହ କରି ନଥାନ୍ତି ତେବେ ଏହି ସୁବିଧା ପାଇ ପାରିବେ । ଏପରିକି ଅଵିଵାହିତ ମରଣୋତ୍ତର ଭାବରେ ପୁରସ୍କାର ପ୍ରାପ୍ତ ହୋଇଥିଲେ ତାଙ୍କ ପିତାମାତାଙ୍କୁ ମିଳିବ ଏହି ସୁବିଧା । ଭାରତୀୟ ରେଳ ବିଭାଗ ଏହି ଦେୟମୁକ୍ତ ସୁବିଧା ଯୋଗାଇଦେବାକୁ ପ୍ରତିଶୃତିବଦ୍ଧ । ସେନା ମେଡାଲ , ନୌ ସେନା ମେଡାଲ ଏବଂ ବାୟୁସେନା ମେଡାଲ ପାଇଥିଲେ ସେମାନଙ୍କ ପାଇଁ ଏହି ସୁବିଧା ଉପଲବଦ୍ଧ ହେବ । 

Tags: