ଫ୍ରଡ କଲରେ ଲାଗିବ ରୋକ, ନଭେମ୍ବର ୧ ରୁ ମୋବାଇଲ ସ୍କ୍ରିନ ରେ ଦେଖାଯିବ ନାଁ
ନୂଆଦିଲ୍ଲୀ : କେନ୍ଦ୍ର ସଂଚାର ମନ୍ତ୍ରଣାଳୟର ବଡ଼ ପଦକ୍ଷେପ । ଏଥର କିଏ କଲ୍ କରୁଛି ତାହା ଜାଣି ହେବ । ଅଜଣା ନମ୍ବରରୁ ଫୋନ ଆସିବା ମାତ୍ରେ କଲର (କଲ କରୁଥିବା ବ୍ୟକ୍ତି)ଙ୍କ ନାମ ଦେଖାଇବ । ନଭେମ୍ବର ୧ତାରିଖରୁ ଆପଣକ୍କୁ କଲ କରୁଥିବା ବ୍ୟକ୍ତିଙ୍କ ନାଁ ମୋବାଇଲ ସ୍କ୍ରିନ ରେ ଦେଖାଯିବ । ଯାହା ନାମରେ ସିମ ଥିବ ତାଙ୍କ ନାମ ମୋବାଇଲ ସ୍କ୍ରିନରେ ଆସିଯିବ । ଦୂର ସଞ୍ଚାର ବିଭାଗ ଏହି ନିୟମକୁ ବାଧ୍ୟତାମୂଳକ କରିଛି । ଏ ନେଇ ଟେଲିକମ କମ୍ପାନୀଗୁଡ଼ିକୁ ନିର୍ଦେଶ ଦିଆଯାଇଛି । ସବୁ ୪ଜି ଓ ୫ଜି ମୋବାଇଲରେ ‘କଲିଂ ନେମ୍ ପ୍ରେଜେଣ୍ଟେସନ (ସିଏନଏପି)’ ବାଧ୍ୟତାମୂଳକ କରାଯାଇଛି । ଏହା ଦ୍ବାରା ଜାଲ କଲ୍ ଚିହ୍ନଟ କରିବାରେ ସହାୟକ ହେବ। ଏଥିପାଇଁ ବ୍ୟବହାରକାରୀଙ୍କୁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ କିମ୍ବା ଏଥିପାଇଁ ଆପଣଙ୍କୁ Truecaller ଭଳି କୌଣସି (Third-party) ଆପ୍ଲିକେସନ୍ ର ଆବଶ୍ୟକତା ପଡ଼ିବ ନାହିଁ। ସିମ୍ କାର୍ଡ କିଣିବା ସମୟରେ ଗ୍ରାହକ ଦେଇଥିବା KYC (Aadhaar କିମ୍ବା ଅନ୍ୟାନ୍ୟ ଦସ୍ତାବିଜ) ରେକର୍ଡରୁ ସିଧାସଳଖ ଅଫିସିଆଲ୍ ନାମ ସ୍କ୍ରିନରେ ପ୍ରଦର୍ଶିତ ହେବ। ଯଦି କୌଣସି ବିଦେଶୀ ନମ୍ବରରୁ କଲ୍ ଆସେ, ତେବେ ସ୍କ୍ରିନରେ କୌଣସି ନାମ ପରିବର୍ତ୍ତେ କେବଳ “International Call” ବୋଲି ଲେଖା ଦେଖାଯିବ। ଏହି ପଦକ୍ଷେପ ଦ୍ବାରା ଠକେଇରୁ ସୁରକ୍ଷା ମିଳିବ। ବ୍ୟାବସାୟିକ କଲରେ ଜିଏସଟି ଓ ଟ୍ରେଡମାର୍କ ଯାଞ୍ଚ ପରେ ବ୍ରାଣ୍ଡ ନାମ ଆସିବ।




