ନ୍ୟାସନାଲ କନଫରେନ୍ସ ପାର୍ଟିର ଅଧ୍ୟକ୍ଷ ପଦରୁ ଫାରୁକ ଅବ୍ଦୁଲା ଦେଲେ ଇସ୍ତଫା

ଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ପାର୍ଟିର ଅଧ୍ୟକ୍ଷ ଫାରୁକ ଅବ୍ଦୁଲା ଆଜି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତନବୀର ସାଦିକ୍‌ ସୂଚନା ଦେଇଛନ୍ତି । ଇସ୍ତଫା କାରଣ ନେଇ ଫାରୁକ ଅବ୍ଦୁଲା କହିଛନ୍ତି ଯେ, ନିଜର ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଡିସେମ୍ବର ୫ ତାରିଖରେ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ନିର୍ବାଚନ […]

Samaya Live Picture
Published On

ଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ପାର୍ଟିର ଅଧ୍ୟକ୍ଷ ଫାରୁକ ଅବ୍ଦୁଲା ଆଜି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତନବୀର ସାଦିକ୍‌ ସୂଚନା ଦେଇଛନ୍ତି । ଇସ୍ତଫା କାରଣ ନେଇ ଫାରୁକ ଅବ୍ଦୁଲା କହିଛନ୍ତି ଯେ, ନିଜର ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି ।

ତେବେ ଡିସେମ୍ବର ୫ ତାରିଖରେ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଫାରୁକ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବେ ।

ଅନ୍ୟପଟରେ, ଫାରୁକଙ୍କ ପୁଅ ଓମାର ଏବେ ନ୍ୟାସନାଲ କନଫରେନ୍ସ ଦଳର ଉପାଧ୍ୟକ୍ଷ ପଦରେ ରହିଛନ୍ତି । ଏଣୁ ଫାରୁକଙ୍କ ପରେ ତାଙ୍କ ପୁଅ ଓମାର ଅବ୍ଦୁଲା ଦଳର ଅଧ୍ୟକ୍ଷ ହୋଇପାରନ୍ତି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।