ମହଙ୍ଗା ଉପରେ ମହଙ୍ଗା ମାଡ: ଏଥର ବିମାନ ଯାତ୍ରା ହେଲା ମହଙ୍ଗା
ନୂଆଦିଲ୍ଲୀ: ଜୁନ ୧୭: ଏଭିଏସନ ଟର୍ବାଇନ ଫ୍ୟୁଲର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହେଲା ହ ୍ରାସ । ଏଥିପାଇଁ ଦେଶରେ ବିମାନ ଭଡ଼ା ମହଙ୍ଗା ହେବ । ଭାରତୀୟ ବିମାନ କମ୍ପାନୀଙ୍କ ଆଗରେ ଏବେ ଭଡ଼ା ବୃଦ୍ଧି ଛଡା ଅନ୍ୟ ପନ୍ଥା ନାହିଁ । ଅପରେଟିଂ କଷ୍ଟ ଆଫୋର୍ଡବଲ ରହୁ ସେଥିଲାଗି ବିମାନ ଭଡାରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ଜରୁରୀ ବୋଲି କହିଛନ୍ତି ସ୍ପାଇସ୍ ଜେଟ୍ ଏୟାରଲାଇନସ୍ ଚେୟାରମ୍ୟାନ ଅଜୟ ସିଂହ । ଜୁନ […]
ନୂଆଦିଲ୍ଲୀ: ଜୁନ ୧୭: ଏଭିଏସନ ଟର୍ବାଇନ ଫ୍ୟୁଲର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହେଲା ହ ୍ରାସ । ଏଥିପାଇଁ ଦେଶରେ ବିମାନ ଭଡ଼ା ମହଙ୍ଗା ହେବ । ଭାରତୀୟ ବିମାନ କମ୍ପାନୀଙ୍କ ଆଗରେ ଏବେ ଭଡ଼ା ବୃଦ୍ଧି ଛଡା ଅନ୍ୟ ପନ୍ଥା ନାହିଁ । ଅପରେଟିଂ କଷ୍ଟ ଆଫୋର୍ଡବଲ ରହୁ ସେଥିଲାଗି ବିମାନ ଭଡାରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ଜରୁରୀ ବୋଲି କହିଛନ୍ତି ସ୍ପାଇସ୍ ଜେଟ୍ ଏୟାରଲାଇନସ୍ ଚେୟାରମ୍ୟାନ ଅଜୟ ସିଂହ । ଜୁନ ୨୦୨୧ ପରେ ଏପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟରେ ୧୨୦ ପ୍ରତିଶତରୁ ଅଧିକ ବୃଦ୍ଧି ହେଲାଣି ବୋଲି ସିଂହ କହିଛନ୍ତି । ଏଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିମାନ ଇନ୍ଧନ ଶୁÂ ହ ୍ରାସ ଲାଗି ପଦକ୍ଷେପ ନେବା ଜରୁରି ହୋଇଛି । ଏହା ଛଡା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ ୍ରାସ ମଧ୍ୟ ବିମାନ କମ୍ପାନୀଙ୍କୁ ପ୍ରଭାବିତ କରୁଛି । ଏଣୁ ଭଡ଼ା ବୃଦ୍ଧି କରିବା ଜରୁରୀ ହୋଇ ପଡିଛି ବୋଲି ସେ କହିଛନ୍ତି । ଗୁରୁବାର ଏଟିଏଫ ମୂଲ୍ୟରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି । ଏହି ବୃଦ୍ଧି ସହ ଏଟିଏଫ ଦର ରେକର୍ଡ ସ୍ତରକୁ ପହଞ୍ଚି ଯାଇଛି । ଏଟିଏଫ ପ୍ରତି କିଲୋଲିଟର ଏବେ ୧,୪୧,୨୩୨.୮୭ ଟଙ୍କାକୁ ପହଞ୍ଚିଛି । ଏଭିଏସନ ଟର୍ବାଇନ ଫ୍ୟୁଲ ମୂଲ୍ୟ ପ୍ରତିମାସର ପହିଲା ଓ ୧୬ ତାରିଖରେ ସଂଶୋଧିତ ହୋଇଥାଏ । ୧ ଜୁନରୁ ଏପର୍ଯ୍ୟନ୍ତ ଏଟିଏଫ ଦରରେ ୧୬.୨ ପ୍ରତିଶତ ବୃଦ୍ଧି ଦେଖା ଯାଇଛି । କରୋନା ଭାଇରସ ମହାମାରୀ ଲାଗି ମାର୍ଚ୍ଚ ୨୦୨୦ରେ ୨ ମାସ ଲକଡାଉନ ଜାରି ପରେ ୨୫ ମେ ୨୦୨୦ରେ ଦେଶରେ ପୁଣି ବିମାନ ସେବା ଆରମ୍ଭ ହୋଇଥିଲା । ସେତେବେଳେ ଉଡାଣ ଅବଧିକୁ ଆଧାର କରି ଘରୋଇ ବିମାନ ଭଡ଼ା କମ ବେଶି ଧାର୍ଯ୍ୟ ହେଉଥିଲା । ଏବେ ସେବା ସ୍ୱଭାବିକ ହୋଇ ସାରିଥିବାରୁ ଟିକେଟ ମୂଲ୍ୟ ବୃଦ୍ଧି କରିବା ଜରୁରି ହୋଇପଡିଛି ।




